14.1 C
Bhubaneswar
Saturday, January 17, 2026
Homeଖେଳଗଲ୍ ଟେଷ୍ଟ: ଚାଣ୍ଡିମଲ୍‌ଙ୍କ ଶତକ, ମାଥ୍ୟୁଜ୍‌-ମେଣ୍ଡିଜ୍‌ଙ୍କ ଅର୍ଦ୍ଧଶତକ; ପ୍ରଥମ ଦିନ ଶ୍ରୀଲଙ୍କା ୩୦୬/୩

ଗଲ୍ ଟେଷ୍ଟ: ଚାଣ୍ଡିମଲ୍‌ଙ୍କ ଶତକ, ମାଥ୍ୟୁଜ୍‌-ମେଣ୍ଡିଜ୍‌ଙ୍କ ଅର୍ଦ୍ଧଶତକ; ପ୍ରଥମ ଦିନ ଶ୍ରୀଲଙ୍କା ୩୦୬/୩

ଗଲ୍‌: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗଲ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଶ୍ରୀଲଙ୍କା ୩ ୱିକେଟ୍ ହରାଇ ୩୦୬ ରନ୍ କରିଛି। ଟିମ୍ ପକ୍ଷରୁ ଦିନେଶ ଚାଣ୍ଡିମଲ୍ ଶତକ ହାସଲ କରିଥିବା ବେଳ ଆଞ୍ଜେଲୋ ମାଥ୍ୟୁଜ୍ ଓ କାମିନ୍ଦୁ ମେଣ୍ଡିଜ୍ ଅର୍ଦ୍ଧଶତକ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ୍ କ୍ୟାପ୍‌ଟେନ୍ ଟିମ୍ ସାଉଦି ଓ ଗ୍ଲେନ୍ ଫିଲିପ୍ସ ୧-୧ ୱିକେଟ୍ ନେଇଥିବା ବେଳେ ଦିମୁଥ୍ କରୁଣାରତ୍ନେ ୪୬ ରନ୍‌ରେ ରନ୍‌ଆଉଟ୍ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ବିଜୟୀ ହୋଇ ଦୁଇ ମ୍ୟାଚ୍‌ର ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।
ଟସ୍ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ପ୍ରଥମ ଓଭର୍‌ରେ ହିଁ ପାଥୁମ୍ ନିସାଙ୍କା (୧)ଙ୍କ ୱିକେଟ୍ ହରାଇଥିଲା। ସେ ସାଉଦିଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ହୋଇଥିଲେ। ଏହାପରେ କରୁଣାରତ୍ନେ ୱିକେଟ୍‌କିପର୍ ଦିନେଶ ଚାଣ୍ଡିମଲ୍‌ଙ୍କ ସହ ୧୨୨ ରନ୍‌ର ଭାଗୀଦାରି କରିଥିଲେ। ତେବେ ଭୁଲ ବୁଝାମଣା ଯୋଗୁଁ କରୁଣାରତ୍ନେ ରନ୍ ଆଉଟ୍ ହୋଇଥିଲେ। ସେ ୧୦୯ ବଲ୍‌ରେ ୪ ଚୌକା ସହ ୪୬ ରନ୍ କରିଥିଲେ। ଏହାପରେ ଆଞ୍ଜେଲୋ ମାଥ୍ୟୁଜ୍‌ଙ୍କ ସହ ଚାଣ୍ଡିମଲ୍ ଟିମ୍‌ର ସ୍କୋର୍ ୨୦୦ ରନ୍ ପାର୍ କରାଇଥିଲେ। ଦ୍ୱିତୀୟ ସେସନ୍ ଶେଷ ପୂର୍ବରୁ ଚାଣ୍ଡିମଲ୍ ଶତକ ପୂରଣ କରିଥିଲେ। ୨୦୮ ବଲ୍‌ରେ ୧୬ ଚୌକା ସହାୟତାରେ ୧୧୬ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ସହିତ ମାଥ୍ୟୁଜ୍‌ଙ୍କ ସହ ତାଙ୍କର ୯୭ ରନ୍‌ର ଭାଗୀଦାରିରେ ବ୍ରେକ୍ ଲାଗିଥିଲା। ମାଥ୍ୟୁଜ୍ ପରେ କାମିନ୍ଦୁ ମେଣ୍ଡିଜ୍‌ଙ୍କ ସହ ମିଶି ଟିମ୍‌ର ସ୍କୋର୍ ୩୦୬ ରନ୍‌ରେ ପହଞ୍ଚାଇଥିଲେ। ପ୍ରଥମ ଦିନ ଷ୍ଟମ୍ପ୍ ବେଳକୁ ମାଥ୍ୟୁଜ୍ ୭୮ ଏବଂ କାମିନ୍ଦୁ ୫୧ ରନ୍ କରି ଅପରାଜିତ ଥିଲେ।
(ବକ୍ସ) କାମିନ୍ଦୁ ମେଣ୍ଡିଜ୍‌ଙ୍କ ବିଶ୍ୱ ରେକର୍ଡ
ଶ୍ରୀଲଙ୍କା ଅଲ୍‌ରାଉଣ୍ଡର୍ କାମିନ୍ଦୁ ମେଣ୍ଡିଜ୍ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବା ମାତ୍ରେ ହିଁ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଡେବ୍ୟୁ ପରଠାରୁ ଲଗାତାର ୮ ଟେଷ୍ଟରେ ୫୦ରୁ ଊର୍ଦ୍ଧ୍ୱ ସ୍କୋର୍ କରିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ତାଙ୍କ ନାମରେ ୮ ଟେଷ୍ଟର ୧୩ ଇନିଂସ୍‌ରେ ୪ ଶତକ ଏବଂ ୫ ଅର୍ଦ୍ଧଶତକ ରହିଛି। ଏହି ମାମଲାରେ କାମିନ୍ଦୁ ପାକିସ୍ତାନର ସଉଦ ଶକିଲ୍‌ଙ୍କ ପଛରେ ପକାଇଛନ୍ତି। ଶକିଲ୍‌ଙ୍କ ନାମରେ ଡେବ୍ୟୁ ପରେ ଲଗାତାର ୭ ଟେଷ୍ଟରେ ୫୦+ ସ୍କୋର୍‌ର ରେକର୍ଡ ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking