20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପ୍ରବଳ ବର୍ଷାରେ ଗୁଜୁରାଟ ଉବୁଟୁବୁ

ପ୍ରବଳ ବର୍ଷାରେ ଗୁଜୁରାଟ ଉବୁଟୁବୁ

ନୂଆଦିଲ୍ଲୀ: ମୂଷଳଧାରାରେ ବର୍ଷା ପରେ ଗୁଜୁରାଟ ଉବୁଟୁବୁ। ରାଜ୍ୟର ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ବର୍ଷାଜନିତ ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥିତିର ଗମ୍ଭୀରତାକୁ ଦେଖି ପାଣିପାଗ ବିଭାଗ ସମଗ୍ର ରାଜ୍ୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଗୁଜରାଟରେ ବନ୍ୟାସ୍ଥିତି ଗମ୍ଭୀର। ଲକ୍ଷାଧିକ ଲୋକ ଜଳବନ୍ଦୀ। ପାଣିପାଗ ବିଭାଗ ଅନୁଯାୟୀ, ମେହସାଣା, ଆରାବଳି, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜୁନାଗଡ଼, ଗିର୍ ସୋମନାଥ, ନବସାରୀ, ଭଲସାଡ, ରାଜକୋଟ ଏବଂ ଜାମନଗର ଭଳି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅଧିକାରୀମାନେ ଲୋକଙ୍କୁ ଘର ଭିତରେ ରହିବା, ଗଛ ତଳେ ଯାନବାହାନ ନ ରଖିବାକୁ ଏବଂ କାଚ ସ୍ଥାନରୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି। ଫ୍ଲାସଫ୍ଲଡ ଯୋଗୁଁ ଲାଠିଧରରୁ ସଙ୍ଗଭଦାର ଯାଉଥିବାବେଳେ ଏକ କାର ଭାସି ଯାଇଛି। ପ୍ରବଳ ଜଳସ୍ରୋତରେ ଭ୍ୟାନ୍ ଭାସିଯାଇଥିବାବେଳେ ସେଥିରେ ଥିବା ୯ ଯାତ୍ରୀ ବି ଭାସିଯାଇଥିଲେ। ତେବେ ୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୫ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ଲାଗି ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି। ଏହା ସହ ପୋଲିସ, ଅଗ୍ନିଶମବାହିନୀ ବି ରେସ୍କୁଅପରେସନରେ ସାମିଲ ହୋଇଛନ୍ତି। ସେପଟେ କ୍ରମାଗତ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking