13.1 C
Bhubaneswar
Monday, December 15, 2025
Homeଖେଳଏଲିମିନେଟର୍‌ରେ ହାରି ଗୁଜରାଟର ବିଦାୟ; କ୍ୱାଲିଫୟର୍‌-୨ରେ ମୁମ୍ବାଇ

ଏଲିମିନେଟର୍‌ରେ ହାରି ଗୁଜରାଟର ବିଦାୟ; କ୍ୱାଲିଫୟର୍‌-୨ରେ ମୁମ୍ବାଇ

ଚଣ୍ଡିଗଡ଼: ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର୍‌ରେ ଗୁଜରାଟକୁ ୨୦ ରନ୍‌ରେ ହରାଇ ଚଳିତ ଆଇପିଏଲ୍‌ର କ୍ୱାଲିଫାୟର୍‌-୨ରେ ପ୍ରବେଶ କରିଛି। ଟିମ୍ ରବିବାର କ୍ୱାଲିଫାୟର୍‌-୨ରେ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ। ଅନ୍ୟପକ୍ଷରେ ପରାଜୟ ସହ ଗୁଜରାଟ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛି। ମୁଲ୍ଲାନ୍‌ପୁରର ମହାରାଜା ଯାଦବେନ୍ଦ୍ର ସିଂହ ଷ୍ଟାଡିୟମ୍‌ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ରୋହିତ ଶର୍ମାଙ୍କ ୮୧ ରନ୍ ବଳରେ ୫ ୱିକେଟ୍ ହରାଇ ୨୨୮ ରନ୍ କରିଥିଲା। ଜବାବରେ ଗୁଜରାଟ ୬ ୱିକେଟ୍ ବିନିମୟରେ ୧୦୮ ରନ୍ କରିବାକୁ ସମର୍ଥ ହୋଇଥିଲା।
ଲକ୍ଷ୍ୟର ପିଛା କରୁଥିବା ଗୁଜରାଟକୁ ପ୍ରଥମ ଓଭର୍‌ରେ କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍ (୧)ଙ୍କ ରୂପରେ ପ୍ରଥମ ଝଟ୍‌କା ଲାଗିଥିଲା। ଏହାପରେ ସାଇ ସୁଦର୍ଶନ ଓ କୁସଳ ମେଣ୍ଡିସ୍ ୬୪ ରନ୍ କରି ଇନିଂସ୍ ସମ୍ଭାଳିଥିଲେ। ମେଣ୍ଡିସ୍ ୨୦ ରନ୍ କରି ମିଚେଲ୍ ସାଣ୍ଟନର୍‌ଙ୍କ ବଲ୍‌ରେ ହିଟ୍ ୱିକେଟ୍ ଆଉଟ୍ ହୋଇଥିଲେ। ଏହାପରେ ସୁଦର୍ଶନ ଓ ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରେ ୮୪ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ସୁନ୍ଦରଙ୍କ ବୋଲ୍ଡ କରି ଜସ୍‌ପ୍ରୀତ୍ ବୁମ୍‌ରା ଏହି ଯୋଡ଼ି ଭାଙ୍ଗିଥିଲେ। ସୁନ୍ଦର ୨୪ ବଲ୍‌ରେ ୫ ଚୌକା ଓ ତିନି ଛକା ସହାୟତାରେ ୪୮ ରନ୍ କରିଥିଲେ। ଏହାପରେ ସାଇ ସୁଦର୍ଶନ ୪୯ ବଲ୍‌ରେ ୧୦ ଚୌକା ଓ ଗୋଟିଏ ଛକା ସହାୟତାରେ ୮୦ ରନ୍ କରି ରିଚାର୍ଡ ଗ୍ଲିସେନ୍‌ଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇଥିଲେ। ଶେରଫାନ୍ ରଦରଫୋର୍ଡ ୧୫ ବଲ୍‌ରେ ୨୪ ରନ୍ କରି ବୋଲ୍ଟଙ୍କ ଦ୍ୱିତୀୟ ଶିକାର ହୋଇଥିବା ବେଳେ ଶାହାରୁଖ୍ ଖାନ୍ ୧୩ ରନ୍ କରିଥିଲେ। ରାହୁଲ ତେୱତିଆ ୧୬ ରନ୍‌ରେ ଅପରାଜିତ ଫେରିଥିଲେ।

ଟସ୍ ଜିତି ବ୍ୟାଟିଂ ନେଇଥିବା ମୁମ୍ବାଇର ଆରମ୍ଭ ଜୋରଦାର ଥିଲା। ଜନି ବେୟାର୍‌ଷ୍ଟୋ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍ ପାଇଁ ୮୪ ରନ୍‌ର ପାର୍ଟନରଶିପ୍ କରିଥିଲେ। ବେୟାର୍‌ଷ୍ଟୋଙ୍କୁ ଆଉଟ୍ କରି ସାଇ କିଶୋର ପାର୍ଟନର୍‌ଶିପ୍‌ରେ ବ୍ରେକ୍ ଲଗାଇଥିଲେ। ବେୟାରଷ୍ଟୋ ୪ ଚୌକା ଓ ୩ ଛକା ସହାୟତାରେ ୨୨ ବଲ୍‌ରେ ୪୭ ରନ୍ କରିଥିଲେ। ଏହାର କିଛି ସମୟ ପରେ ରୋହିତ ଶର୍ମା ୨୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଆଇପିଏଲ୍‌ରେ ତାଙ୍କର ୪୭ତମ ଅର୍ଦ୍ଧଶତକ ଥିଲା। ଏହି ଅବସରରେ ରୋହିତ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୫୯ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ସୂର୍ଯ୍ୟକୁମାର ୩୩ ରନ୍ କରି ସାଇ କିଶୋରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ସୂର୍ଯ୍ୟଙ୍କ ଇନିଂସ୍‌ରେ ତିନି ଛକା ଓ ଗୋଟିଏ ଚୌକା ସାମିଲ ଥିଲା। ତୃତୀୟ ୱିକେଟ୍ ପାଇଁ ତିଳକ ବର୍ମାଙ୍କ ସହ ୪୩ ରନ୍ ଯୋଗ କରିବା ପରେ ରୋହିତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ରୋହିତ ୫୦ ବଲ୍‌ରେ ୯ ଚୌକ ଓ ୪ ଛକା ସହାୟତାରେ ୮୧ ରନ୍ କରିଥିଲେ। ଏହି ଅବସରରେ ରୋହିତ ଆଇପିଏଲ୍‌ରେ ୭ ହଜାର ରନ୍ ପୂରଣ କରିଥିଲେ। ଏହା ବ୍ୟତୀତ ଆଇପିଏଲ୍‌ରେ ୩୦୦ ଛକା ମଧ୍ୟ ପୂରଣ କରିଥିଲେ। ରୋହିତଙ୍କ ପରେ ତିଳକ ବର୍ମା (୨୫) ଏବଂ ନମନ ଧୀର ମାତ୍ର ୯ ରନ୍‌ରେ ବିଦାୟ ନେଇଥିଲେ। ତେବେ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା (୨୨³) ଶେଷ ଓଭର୍‌ରେ ତିନିଟି ଛକା ମାରି ମୁମ୍ବାଇକୁ ୨୨୫ ରନ୍ ପାର୍ କରାଇଥିଲେ। ଗୁଜରାଟ ପକ୍ଷରୁ ସାଇ କିଶୋର ଏବଂ ପ୍ରସିଦ୍ଧ କ୍ରିଷ୍ଣା ୨-୨ ୱିକେଟ୍ ହାସଲ କରିଥିଲେ। ସିରାଜ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking