18.1 C
Bhubaneswar
Thursday, February 12, 2026
Homeଓଡିଶାପୁଣି ଗର୍ଲିଲା ଯବାନଙ୍କ ଗୁଳି, ୪ ମାଓବାଦୀ ଗଲେ ଟଳି

ପୁଣି ଗର୍ଲିଲା ଯବାନଙ୍କ ଗୁଳି, ୪ ମାଓବାଦୀ ଗଲେ ଟଳି

ମାଲକାନଗିରି: ପୁଣି ଗର୍ଲିଲା ଯବାନଙ୍କ ଗୁଳି, ଛତିଶଗଡ଼ ଛାତିରେ ମାଓବାଦୀ ଗଲେ ଟଳି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର କଂକେର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି। ଗୋଟିଏ ପଟେ ନକ୍ସଲ ଶାନ୍ତିବର୍ତ୍ତା ନେଇ ଅସ୍ତ୍ରବିରତି ପାଇଁ ନିବେଦନ କରିଥିବା ବେଳେ ପୁଲିସ କିନ୍ତୁ ନକ୍ସଲ ମୂଳପୋଛ ପାଇଁ ଲାଗିପଡିଛନ୍ତି । ଏହି ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତଦେହ ସହ ଏକେ-୪୭ ବନ୍ଧୁକ ଏବଂ ବିସ୍ଫୋରକ ଜବତ ହୋଇଥିବା ଜଣାପଡିଛି । ଅନ୍ୟପଟେ ପୁଲିସ ଅନ୍ୟ ନକ୍ସଲଙ୍କ ଫଟୋ ଲଗାଇ ମୋଷ୍ଟ ଓ୍ଵାଣ୍ଟେଡ ବୋଲି କହିଛି। ଲଗାତାର ପୁଲିସର ସଫଳତାରେ ନକ୍ସଲଙ୍କ ଶିବିରକୁ ଥରହର କରିଥିବା ବେଳେ ତ୍ରାହି ତ୍ରାହି ଡାକିଲେଣି ମାଓବାଦୀ । ଜୀବନ ବିକଳରେ ଗତକାଲି ପ୍ରେସ ବିଜ୍ଞପ୍ତି ଜାରି କରିଥିବା ବେଳେ ଆଜି ଅଡିଓ ଜାରି କରିଛନ୍ତି ମାଓବାଦୀ ।

ସେପଟେ ଆଜି ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାବେଳେ ଏଥିରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ବନ୍ଧୁକ ସହ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ସିଆରପିଏଫ ଯବାନଙ୍କ ସହ ପୁଲିସ ଟିମ ଗଡ଼ଚିରୋଲିର ଜାମ୍ବିଆ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା । ତେବେ ପୁଲିସକୁ ଦେଖି ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଏହାର ଜବାବ ଦେବାକୁ ଯାଇ ପୁଲିସ ବି ଗୁଳି ଚଳାଇଥିଲା । ପୁଲିସର ଗୁଳିରେ ଦୁଇ ମହିଳା ନକ୍ସଲ ଟଳିପଡିଥିଲେ । ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବାବେଳେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ , ଏକ ପିସ୍ତଲ, ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା । ଏହି ଦୁଇ ମହିଳା ମାଓବାଦୀଙ୍କ ପରିଚୟ ମିଳିନଥିବାବେଳେ ଏବେ ପୋଲିସର କମ୍ବିଙ୍ଗ ଅପରେସନ ଜାରି ରହିଛି । ତେବେ ୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା ବେଳେ ଏହି ଅଭିଯାନ ଜୋରଦାର ଚାଲିଛି । ଆଉ ଯେତେବେଳେ ସୁରକ୍ଷା କର୍ମୀଙ୍କ ଗୁଳି ଗର୍ଜୁଛି ସେତେବେଳେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ନକ୍ସଲ ସଂଗଠନ। ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ ସାଙ୍ଗକୁ ଏନକାଉଣ୍ଟରରେ ନକ୍ସଲମାନେ ନିହତ ହେଉଥିବାବେଳେ ବହୁ ସଂଖ୍ୟାରେ ନକ୍ସଲମାନେ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking