21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶକେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ: ମୁଖ୍ୟମନ୍ତ୍ରୀ

କେନ୍ଦୁପତ୍ର ଉପରେ ଜିଏସଟି ୫%କୁ ହ୍ରାସ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । କହିଛନ୍ତି, କେନ୍ଦୁପତ୍ର ଉପରେ ୫ ପ୍ରତିଶତକୁ ହ୍ରାସ ହୋଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡିଶାରେ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ , କେନ୍ଦୁପତ୍ର ବିକ୍ରି  ବଢିବ । କୃଷି ଉପକରଣରେ  ଜିଏସଟି  ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡିଶାକୁ ଅଧିକ ସେସ ମିଳିବ । ଜିଏସଟିରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ । ଜିଏସଟି ଛାଡ ଯୋଗୁଁ ଅଧିକ ଲୋକେ  ସ୍ୱାସ୍ଥ୍ୟବୀମା କରିବେ । ସିମେଣ୍ଟରୁ ଜିଏସଟି ହ୍ରାସ ଏକ ମାଇଲଖୁଣ୍ଟ ସଦୃଶ ।ଏହା ଦ୍ୱାରା ପ୍ରତ୍ୟେକ ଲୋକ ଅର୍ଥ ସଞ୍ଚୟ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking