ଯାଜପୁର: ଜିଏସଟି ବିଭାଗ ପକ୍ଷରୁ ଯାଜପୁର ସହରର ବିଭିନ୍ନ ଦୋକାନ ଓ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଚଢ଼ାଉ । କେନ୍ଦ୍ର ସରକାର ଜିଏସଟି ଦର ହ୍ରାସ କରିବା ପରେ ଏବେବି ଅସାଧୁ ବ୍ୟବସାୟୀ ପୁରୁଣା ଦରରେ ଜିନିଷ ବିକ୍ରି କରୁଥିବା ଖବର ମିଳିବା ପରେ ଜି ଏସ ଟି ବିଭାଗ ପକ୍ଷରୁ ଯାଜପୁର ସହରର ବିଭିନ୍ନ ଦୋକାନ ଓ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି। ଜି ଏସ ଟି ବିଭାଗ ର ଅତିରିକ୍ତ ଆୟୁକ୍ତ ମଧୁଛନ୍ଦା ମହାନ୍ତିଙ୍କ ନେତୃତ୍ୱରେ ୪ ଜଣିଆ ଟିମ ମଙ୍ଗଳପୁର, ବିଞ୍ଝାରପୁର, ଯାଜପୁର ସହର ର ବିଭିନ୍ନ ସ୍ଥାନ ରେ ଚଢାଉ କରିବା ସହିତ ବ୍ୟବସାୟୀ ମାନଙ୍କୁ ନୂତନ ଧାର୍ଯ୍ୟ ଦର ରେ ବିକ୍ରି କରିବାକୁ ସଚେତନ କରାଯାଇଛି। ନିୟମ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।










