25.1 C
Bhubaneswar
Wednesday, February 11, 2026
Homeଓଡିଶାବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ

ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ

କଟକ : ବଢ଼ିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ। ତାଙ୍କ ବିରୋଧରେ ହୋଇଥିବା ମାମଲା ଏବେ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାରେ ଥିବା ମାମଲା ଏବେ କଟକର ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିଲା। ରିୟା ଓ ତାଙ୍କ ସ୍ବାମୀ ସୁନୀଲ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ପୀଡ଼ିତା ବର୍ଷା ବେହେରା ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ଦାଏର କରିଥିଲେ। ଦେଢ଼ବର୍ଷ ଧରି କାମ କରାଇବା ପରେ ବର୍ଷାଙ୍କୁ ରିୟା ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ବର୍ଷା ସୋମବାର ଭୁବନେଶ୍ୱର ଚାଲିଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀ ମାଧୁରୀଙ୍କ ଘରକୁ ଯାଇଥିଲେ। କିନ୍ତୁ ମାଧୁରୀ ଘରେ ନ ଥିବାରୁ ବର୍ଷା ରାସ୍ତାରେ କାନ୍ଦୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବର୍ଷାଙ୍କୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍‌କୁ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ଶିଶୁ ସୁରକ୍ଷା ଟିମ୍‌ ବର୍ଷାଙ୍କୁ ନେଇ ପୁଲିସ୍ ଷ୍ଟେସନରେ ପହଞ୍ଚିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking