27.1 C
Bhubaneswar
Monday, March 30, 2026
Homeଓଡିଶାପହଲଗାମ ମୃତକଙ୍କ ଉଦ୍ଦେଶ୍ଯରେ ସମୂହ ଦୀପଦାନ

ପହଲଗାମ ମୃତକଙ୍କ ଉଦ୍ଦେଶ୍ଯରେ ସମୂହ ଦୀପଦାନ

ଯାଜପୁର: କାଶ୍ମୀରର ପହଲଗାମରେ ଗତ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୭ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନୀ ଘଟିଥିଲା l ଏଥିରେ ଓଡିଶାରୁ ପ୍ରଶାନ୍ତ ଶତପଥୀ ମଧ୍ୟ୍ୟ ନିହତ ହୋଇଥିଲେ l ଏହି ଅମାନୁଷିକତା ଓ ବର୍ବରଚିତ ଆକ୍ରମଣକୁ ବିରୋଧ କରି ଯୁବନେତା ବିକ୍ରମ ବିଶ୍ୱାଳଙ୍କ ନେତୃତ୍ୱରେ କୋରେଇର ଶତାଧିକ ଯୁବକ ଜହ୍ନାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରରେ ବାହାରି ହିନ୍ଦୁତ୍ୱର ନାରା ଓ ପାକିସ୍ତାନ ବିରୋଧୀ ନାରା ଦେଇ ଠାକୁରପାଟଣା, ଶଙ୍ଖାଚିଲା ଓ ଛୋଟରାୟପୁର ଦେଇ ରାଛିପୁର ସ୍ଥିତ ଶନି ମନ୍ଦିର ପ୍ରାଙ୍ଗଣରେ ସମୂହ ପ୍ରଦୀପ ପ୍ରଜ୍ବଳନ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ l

୧୪୦ କୋଟି ଭାରତୀୟଙ୍କ ସମ୍ମାନ ଓ ସ୍ୱାର୍ଥ ପାଇଁ ଆତଙ୍କବାଦର ମୂଳୋତ୍ପାଟନ ସହ ଅଶାନ୍ତିର ମଞ୍ଜି ବୁଣୁଥିବା ଓ ସହଯୋଗ କରୁଥିବା ପାକିସ୍ତାନ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଯୁବେନତା ବିକ୍ରମ ବିଶ୍ୱାଳ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଗଠକ ପ୍ରଭାସ ରାଉତ, ନବ ଭାରତ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଅଶ୍ୱିନୀ ସାହୁ, ଆଶୁତୋଷ ପଲେଇ, ବିକି ସ୍ୱାଇଁ, କୈବଲ୍ୟ ରାଉତ, ବଳରାମ ବଳ, ମୁନା ବଳ, ସୌମ୍ୟ ରଞ୍ଜନ ରାଉତ, ବଳରାମ ବେହେରା, ସୁନୀଲ ପଥାଳ, ବିଶ୍ୱଜିତ ସାହୁ, ସୁମନ ସାହୁ, ଦିଲ୍ଲୀପ ବିଶ୍ୱାଳ, ଅଜିତ ମଲ୍ଲିକ,ଅଭୟ ବିଶ୍ୱାଳ, ରାହୁଲ ବିଶ୍ୱାଳ, ରାଜେଶ ବିଶ୍ୱାଳ, ରାଧେଶ୍ୟାମ ସାହୁ, ମୁନା ସାହୁ, ଦୀପ୍ତି ରଞ୍ଜନ ରାଉତ, ଶୁଭେନ୍ଦୁ ବେହେରା, ଚିଣ୍ଟୁନ ବେହେରା, ସପନ ବେହେରା, ସଂଗ୍ରାମ ବେହେରା, ରାହୁଲ ପରମାଣିକ, ସୁଧାଂଶୁ ସାହୁ, ରାଜେଶ ସାହୁ, ଅଜୟ ସାହୁ, ସ୍ୱାଧୀନ ରଣା ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking