23.1 C
Bhubaneswar
Monday, February 2, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ: ୩ରୁ ଅଧିକ ଗୁରୁତର

ଗୋଷ୍ଠୀ ସଂଘର୍ଷ: ୩ରୁ ଅଧିକ ଗୁରୁତର

ବାଲୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଏନଏସି ସ୍ଥିତ ଗୁଣ୍ଡୁରପୁର ଓ ମୁସଲମାନ ସାହିର କେତେକ ବ୍ୟକ୍ତିଙ୍କ ଦ୍ୱାରା ଗୋଷ୍ଠୀ ସଂଘର୍ଷ ହୋଇ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ବାଲୁଗାଁ ମୁସଲିମ ସାହିର ଜଣେ ବ୍ୟକ୍ତି ନିଜ ଘର ନିର୍ମାଣ ପାଇଁ ଟ୍ରାକ୍ଟର ଦ୍ବାରା ମାଟି ପକାଉଥିଲେ। ରାତିରେ ମାଟି ପକାଉ ଥିବାରୁ ଗୁଣ୍ଡୁରପୁର ସାହିର ଲୋକଙ୍କ ଶୋଇବାରେ ବ୍ୟାଘାତ ହେବା କାରଣରୁ ଏହାର ପ୍ରତିବାଦ ଜଣାଇ ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ରାତିରେ ମାଟି ନପକାଇବା ପାଇଁ ବାରଣ କରିଥିଲେ। ସାମାନ୍ୟ ବଚସାରୁ ଏହା ହାତାହାତି ଓ ସଙ୍ଘର୍ଷରେ ପରିଣତ ହୋଇଥିଲା। ଉଭୟ ପକ୍ଷରୁ ପଥର ମାଡ଼ ସହିତ ଠେଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଥିଲା। ଏପରିକି ବଡ଼ ଧରଣର ସଙ୍ଘର୍ଷ ଆରମ୍ଭ ହେବା ସହିତ ପଥର ମାଡ଼ ଆରମ୍ଭ ହେବା ସହ ୨ଟି ବାଇକ ଜାଳି ଦେଇଥିଲେ।

ଘଟଣା ଉଗ୍ରରୂପ ନେବା ସମୟରେ ଖବର ପାଇ ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡ଼ା ଓ ପୁଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ସଙ୍ଘର୍ଷକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଘଟଣା କ୍ରମଶଃ ଉଗ୍ରରୂପ ନେବା ସମୟରେ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ଓ ବାଲୁଗାଁ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚିଥିଲେ । ପଥର ମାଡ଼ରେ ଗୁଣ୍ଡୁରପୁର ସାହିର ୩ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସକାଳୁ ନିୟନ୍ତ୍ରଣ ରହିଛି । ତେବେ ଘଟଣାକୁ ଆଖି ଆଗରେ ରଖି ୧୬୩ ଧାରା ଜାରି ରହିଛି। ତେଣେ ୩ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣା ଉପରେ ଏସ୍ଡିପିଓ ଶ୍ରୀ ପଟ୍ଟନାୟକ ଓ ବାଲୁଗାଁ ପୁଲିସ ନଜର ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking