26.1 C
Bhubaneswar
Saturday, August 23, 2025
Homeଦେଶ ବିଦେଶହାଟରେ ବିକ୍ରି ହୁଅନ୍ତି ବର, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଟରେ ବିକ୍ରି ହୁଅନ୍ତି ବର, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:  ଦୁନିଆରେ ବିଭିନ୍ନ ପ୍ରକାରର ବଜାର ଅଛି । କେଉଁଠି ପନିପରିବା ବିକ୍ରି ହୁଏ ତ କେଉଁଠି ଫୁଲଫଳ ବିକ୍ରି ହୁଏ ଏବଂ କିଛି ସ୍ଥାନରେ ପୁରୁଣା ଜିନିଷ ବିକ୍ରି ହୁଏ । ତେବେ ଦୁନିଆର କିଛି ସ୍ଥାନରେ କନିଆମାନଙ୍କୁ ହାଟରେ ବିକ୍ରି କରାଯାଉଥିବା ଖବର ଆପଣମାନେ ଶୁଣିଥିବେ । ଲୋକମାନେ କନ୍ୟା କିଣିବାକୁ ହାଟକୁ ଆସନ୍ତି । କିନ୍ତୁ ଏମିତି ଏକ ହାଟ ଅଛି ଯେଉଁଠାରେ ବର ବିକ୍ରି ହୁଅନ୍ତି ? ଠିକ ଶୁଣିଲେ ଆଜ୍ଞା ।

ଆମେ ଏପରି ଏକ ବଜାର ବିଷୟରେ କହୁଛୁ, ଯେଉଁଠାରେ ବରମାନଙ୍କୁ ଏକତ୍ର କରାଯାଇ ବିକ୍ରି କରାଯାଏ । ଏହି ବଜାରରେ ଯୋଗ୍ୟତା ଆଧାରରେ ବର ବିକ୍ରି ହୁଅନ୍ତି । ପୁଅ କେତେ ଶିକ୍ଷିତ, ସେ କେଉଁଠି କାମ କରେ, ପୁଅର ପାରିବାରିକ ଐତିହ୍ୟ କଣ ତାକୁ ନେଇ ବରମାନଙ୍କର ମୂଲ୍ୟ ସ୍ଥିର କରାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଜାରକୁ ଯିବା ପାଇଁ ଆପଣଙ୍କୁ ବିଦେଶ ଯିବାର ଆବଶ୍ୟକତା ନାହିଁ, ଆପଣ ଯଦି ବର କିଣିବାକୁ ଚାହୁଁଛନ୍ତି ତେବେ ଆମ ଦେଶର ବିହାର ରାଜ୍ୟକୁ ଯାଇ ପାରିବେ । ଯେଉଁଠାରେ ଆପଣ ନିଜ ମନ ପସନ୍ଦର ବର ବାଛି ପାରିବେ ।

ପ୍ରତିବର୍ଷ ବିହାରର ମଧୁବଣୀରେ ଏକ ହାଟ ବସେ ଯେଉଁଠାରେ ବର ବିକ୍ରି ହୁଅନ୍ତି । ସ୍ଥାନୀୟ ବଜାରରେ ବରମାନଙ୍କୁ ନିଲାମ କରାଯାଏ । ଏହି ହାଟ ନଅ ଦିନ ପାଇଁ ବସେ । ଅନେକ ଅବିବାହିତା ପୁଅ ଏଠାକୁ ଏହି ଆଶାରେ ଆସନ୍ତି ଯେ କୌଣସି ଝିଅ ସେମାନଙ୍କୁ ପସନ୍ଦ କରିବ ଏବଂ ସେମାନେ ବିବାହ କରିବେ । ପୁଅମାନେ ଏହି ବଜାରକୁ ଧୋତି-କୁର୍ତ୍ତା କିମ୍ବା ଜିନ୍ସ-ସାର୍ଟ ପିନ୍ଧି ଆସନ୍ତି ।

ତେବେ ଏଭଳି ହାଟ ବସିବା ପଛରେ ଏକ ଖାସ୍ କାରଣ ରହିଛି । କୁହାଯାଏ ଯେ ଯୌତୁକ ପ୍ରଥାକୁ ସମାପ୍ତ କରିବା ପାଇଁ ଏହି ହାଟ ପ୍ରଥା ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ଏହି ହାଟକୁ ଆସୁଥିବା କିଛି ପୁଅ ମଧ୍ୟ ଯୌତୁକ ଦାବି କରନ୍ତି । ଏଠାରେ, ପୁଅମାନଙ୍କ ଯୋଗ୍ୟତା ଆଧାରରେ ମୂଲ୍ୟ ନିର୍ଦ୍ଧାରିତ ହୁଏ । ଯଦି କାହାର ବୟସ ୩୫ ବର୍ଷରୁ ଅଧିକ ଥାଏ, ତେବେ ତାର ମୂଲ୍ୟ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଯାଏ । ଯଦି ପୁଅର ବୟସ କମ୍ ଥାଏ ତେବେ ତାର ମୂଲ୍ୟ ଦୁଇରୁ ତିନି ଲକ୍ଷ ରଖାଯାଇଥାଏ । ବଜାରରେ ଏପରି ପୂଜକ ମଧ୍ୟ ଅଛନ୍ତି ଯେଉଁମାନେ ପୁଅ ମାନଙ୍କୁ ଠିକ୍ କରିବାରେ ସାହାଯ୍ୟ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking