25.1 C
Bhubaneswar
Saturday, March 21, 2026
Homeଓଡିଶାଡଙ୍ଗାରେ ବର ପାଣିରେ ବରଯାତ୍ରୀ

ଡଙ୍ଗାରେ ବର ପାଣିରେ ବରଯାତ୍ରୀ

ମୟୁରଭଞ୍ଜ: ଛାଡୁନି ନଦୀବନ୍ୟା ବଢୁଛି ଚିନ୍ତା। ଗୋତେପଟେ ବନ୍ୟା ଜଳ କୂଳ ଡେଉଁଛି ତୋ ଅନ୍ୟପଟେ ବ୍ରାହ୍ମଣଙ୍କ ମନ୍ତ୍ରପାଠ ମଧ୍ୟରେ ଅଗ୍ନିକୁ ସାକ୍ଷୀରଖି ଦୁଇଟି ଆତ୍ମାର ମିଳନ ହେଉଛି ହାତଗଣ୍ଠି ପଡ଼ି । ସେହିପରି ପୂର୍ବ ନିର୍ଦ୍ଧାରିତ ଦିନ ଓ ସମୟରେ ଅନୁଷ୍ଠିତ ହେଉଛି ଶୁଭ ବିବାହ ସମ୍ପନ୍ନ । ମଙ୍ଗୁଳା ହୋଇ ଥିବା କନ୍ୟା ପାଇଁ ବର ଓ ବରଯାତ୍ରୀ ଅପେକ୍ଷାରେ କନ୍ୟାପକ୍ଷ । ସେଥିପାଇଁ ସବୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ବରଯାତ୍ରୀ ସହ କନ୍ୟା ଘରେ ବାଜା ରୋଷଣୀ ସହ ପହଞ୍ଚୁଛି ବର। ତେବେ ବନ୍ୟା ବିଭିଷୀକା ମଧ୍ୟ ଅଟକାଇ ପାରିନି ବାହାଘର । ଗୋଟିଏ ପଟେ ଅଦିନିଆ ବର୍ଷା ଲାଗି ରହିଥିବା ବେଳେ ଅନ୍ୟପଟେ ବନ୍ୟାଦାଉ ସାଧୁଛି। ଏହି ସମୟରେ ବନ୍ୟା ଘେରରେ ରହିଛନ୍ତି ଅନେକ ଲୋକ। ତେବେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଶୀର୍ଷା ଗ୍ରାମ ପଞ୍ଚାୟତ ନେଦା ଗ୍ରାମ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ୍‌ କରିବାକୁ ଚାହୁଁନାହାନ୍ତି। ବନ୍ୟା ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି।

ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ । ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁଁ କେତେକ ସ୍ଥାନରେ ଅଣ୍ଟାଏ ଲେଖାଏଁ ପାଣି ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରକୁ ନେବା ପାଇଁ ବ୍ୟସ୍ତ । ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ବେଶ ଆମୋଦଦାୟକ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking