27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିନା ପ୍ୟାଣ୍ଟରେ ବିବାହ ପାଇଁ ପହଞ୍ଚିଲେ ବର; ଶେଷରେ କ’ଣ ହେଲା ଜାଣନ୍ତୁ..

ବିନା ପ୍ୟାଣ୍ଟରେ ବିବାହ ପାଇଁ ପହଞ୍ଚିଲେ ବର; ଶେଷରେ କ’ଣ ହେଲା ଜାଣନ୍ତୁ..

ଲକ୍ଷ୍ନୌ: ବିନା ପ୍ୟାଣ୍ଟରେ ବିବାହ ପାଇଁ ପହଞ୍ଚିଲେ ବର । ମୁଣ୍ଡରେ ଥିଲା ବାହା ମୁକୁଟ, କିନ୍ତୁ ପ୍ୟାଣ୍ଟ ବଦଳରେ ପିନ୍ଧିଥିଲେ ଲୁଙ୍ଗି । ବର ଜଣକର ଏପରି ବେଶଭୂଷାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଉତ୍ତରପ୍ରଦେଶ ଲଖିମପୁର ଖେରୀର । ଏଠିକାର ସୁନୀଲ ସିଂ ଚୌହାନଙ୍କ ବିବାହ ସୁରଜପୁର ଗାଁର ସୁମିତ୍ରା ଦେବୀଙ୍କ ସହ ହେବାର ଥିଲା । ଗତକାଲି (ମଙ୍ଗଳବାର) ସୁନୀଲ ବ୍ୟାଣ୍ଡ ବାଜା ନେଇ ବିବାହ ପାଇଁ ବାହାରିଥିଲେ । ହେଲେ ଅଧାବାଟରେ ବନ୍ୟାପାଣିରେ ଫସି ଯାଇଥିଲେ । ରାସ୍ତା ଉପରେ ପ୍ରବଳ ବନ୍ୟାପାଣି ଚାଲୁଥିବାର ଦେଖି ବରଯାତ୍ରୀ ଆଗକୁ ବଢିବାକୁ ସାହାସ କରିନଥିଲେ ଏବଂ ବରକୁ ଫେରିଯିବାକୁ ପରାମର୍ଶ ଦେଇଥିଲେ । ହେଲେ ବର ସୁରଜ କିନ୍ତୁ ସାହାସ ନ ହାରି ବନ୍ୟାପାଣିରେ ୫ କିଲୋମିଟର ଚାଲି ଚାଲି କନ୍ୟାଘରେ ପହଞ୍ଚିଥିଲେ । ଏହି ସମୟରେ ସେ ପ୍ୟାଣ୍ଟ ଖୋଲି ଏକ ଲୁଙ୍ଗି ପିନ୍ଧି ରାସ୍ତା ପାର୍ ହୋଇଥିଲେ । ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ବର ଜଣକ ମୁଣ୍ଡରେ ବାହା ମୁକୁଟ ଏବଂ ଲୁଙ୍ଗି ପିନ୍ଧିଥିବାର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking