30.1 C
Bhubaneswar
Tuesday, February 10, 2026
Homeଓଡିଶାବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡ଼ୁଆ; ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡ଼ୁଆ; ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବ୍ରହ୍ମପୁର ଏସ୍‌ପି। ହାଇକୋର୍ଟ ପୂର୍ବରୁ ଏସପିଙ୍କୁ ରିର୍ପୋଟ ତଲବ କରିଥିବାବେଳେ ଆସନ୍ତା ୧୧ ତାରିଖ ପୂର୍ବାହ୍ଣ ସାଢେ୧୦ଟାରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଦିନ ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ତାହାର ନିଷ୍ପତ୍ତି ହେବ। ତେବେ ଏହା ପୂର୍ବରୁ ଏସ୍‌ପି ନିଜର ଉତ୍ତର ଆସନ୍ତା ୧୦ ତାରିଖରେ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ପର୍ଦ୍ଦାଫାଶ ସମୟରେ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନିର୍ବାଚନ ମାମଲା କଥା ଉଠାଇଥିଲେ। ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ଏସ୍‌ପି ମନ୍ତବ୍ୟ ଦେଇଥିଲେ । ଏସ୍‌ପି ବିଜେଡି ନେତା ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ମଧ୍ୟରେ କମନ ଲିଙ୍କ ଥିବାନେଇ ଟିପ୍ପଣୀ ଦେଇଥିଲେ। ଏସ୍‌ପି କହିଥିଲେ ଯେ ଏହି କମନ ଲିଙ୍କ ଥିଲା ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଦାୟାର ହୋଇଥିବା ନିର୍ବାଚନୀ ମାମଲା। ଶିବଶଙ୍କର ମାମଲା କରିଥିଲେ ଓ ବିକ୍ରମ ଖର୍ଚ୍ଚ ବହନ କରୁଥିଲେ । ଏସପିଙ୍କ ଏହି ଟିପ୍ପଣୀ ତାଙ୍କପାଇଁ ଅଡ଼ୁଆ ସୃଷ୍ଟି କରିଥିଲା । ଏହାକୁ ନେଇ ଗତ ୩୧ ତାରିଖରେ ହାଇକୋର୍ଟ ଖପ୍ପା ହେବା ସହିତ ଏସ୍‌ପିଙ୍କୁ ରିର୍ପୋଟ ତଲବ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking