18.1 C
Bhubaneswar
Wednesday, February 4, 2026
Homeଓଡିଶା୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

୧୦ରୁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ । ପଲ୍ୟୁସନ ସାର୍ଟିଫିକେଟ ପାଇଥିଲେ ନେଇପାରିବେ ଗ୍ରୀନ୍ ଷ୍ଟିକର । ଆରଟିଓ ମାନଙ୍କରେ ଗ୍ରୀନ୍ ଷ୍ଟିକର ପ୍ରଦାନ କରାଯିବ । ଏନେଇ ବିଜ୍ଞପ୍ତି ଜାରି କରିଛି ପରିବହନ ବିଭାଗ । ବିଜ୍ଞପ୍ତ ଅନୁସାରେ, ସବୁ ଆରଟିଓରେ ଖୋଲିବ ସ୍ପେଶାଲ କାଉଣ୍ଟର । ଷ୍ଟିକର ଦେବା ଆଗରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ ହେବ । ଏହା ସହ ଆରସି ଏବଂ ବାହାନ ଡାଟାବେସ୍ ଭଲଭାବରେ ଚେକିଂ କରାଯିବ । ଗ୍ରୀନ୍ ଷ୍ଟିକର ଆଣିବା ବେଳେ ଦେଖାଇବାକୁ ପଡିବ ଅରିଜିନାଲ୍ ପିୟୁସିସି, ଆରସି କପି ଏବଂ ପରିଚୟପତ୍ର । ସୂଚନାଯୋଗ୍ୟ, ସମ୍ପ୍ରତି ପରିବହନ ବିଭାଗ ପିୟୁସିସି ପାଇଁ ସମୟ ଅବଧି ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଥିଲା । ସେହି ସମୟରେ ପରିବହନ ମନ୍ତ୍ରୀ ଗ୍ରୀନ୍ ଷ୍ଟିକର ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ୍ ଷ୍ଟିକର ମାରିବା ଦ୍ୱାରା ଚେକିଂ ସମୟରେ ସହଜ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking