30.1 C
Bhubaneswar
Wednesday, February 11, 2026
Homeଅପରାଧଗ୍ରୀନ କ୍ଲିନ ଅଭିଯାନ: ୮୦ ଗିରଫ

ଗ୍ରୀନ କ୍ଲିନ ଅଭିଯାନ: ୮୦ ଗିରଫ

ଗଜପତି: ରାଜ୍ୟରୁ ଗଞ୍ଜେଇ ମୂଳପୋଛ କରିବାକୁ ପୋଲିସର ତତ୍ପରତା l ଗ୍ରୀନ କ୍ଲିନ ଅଭିଯାନ ନେଇ ଡିଜିପି ୱାଇ.ବି ଖୁରାନିଆଙ୍କ ସୂଚନା l ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ ମାମଲା ରୁଜୁ l ୫୩୦୦ କେଜି ଗଞ୍ଜେଇ ଜବତ ସହ ୮୦ ଗିରଫ l ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ ଟି ଗାଡି ଜବତ l ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ l ପୁଣି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ l ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ପରିମାଣ ପ୍ରାୟ ୬ କୋଟି ହେବ ବୋଲି ଅନୁମାନ କରାଯାଉଛି । ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି l ଏସପିଙ୍କ ନିର୍ଦେଶ କ୍ରମେ ଚଢାଉ ଚାଲିଛି । ଏହି ଚଢାଉରେ ପ୍ରାୟ ୨୮ ଏକର ଜମିରେ ହୋଇଥିବା ବେଆଇନ ଭାବେ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରୁଛନ୍ତି ମିଳିତ ବାହୀନି l ଏହି ଚଢାଉରେ ପୋଲିସ, ଅବକାରୀ, ବନ ବିଭାଗ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ସାମିଲ ଅଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking