26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶବଡ଼ ସଫଳତା, ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ବଡ଼ ସଫଳତା, ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ମୁମ୍ବାଇ: ପୁଲିସକୁ ମିଳିଲା ବଡ଼ ସଫଳତ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ୩ରୁ ୪ ନକ୍ସଲ ନିହତ ହୋଇଥିବା କୁହାଯାଇଛି। ସେହିପରି ନକ୍ସଲ ଗୁଳିରେ ଜଣେ ପୁଲିସକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ଭାମରାଗଡର କୋପରି ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking