29.1 C
Bhubaneswar
Monday, July 8, 2024
Homeଅପରାଧଗୁଣି ଗାରେଡି ସନ୍ଦେହରେ ଅଜାର ଜୀବନ ନେଲା ନାତି

ଗୁଣି ଗାରେଡି ସନ୍ଦେହରେ ଅଜାର ଜୀବନ ନେଲା ନାତି

ରାଉରକେଲା: ଗୁଣି ଗାରେଡି ସନ୍ଦେହରେ ସମ୍ପର୍କୀୟ ଅଜାକୁ ହତ୍ୟା ଘଟଣାରେ ଅଭିଯୁକ୍ତ ନାତି ଗିରଫ । ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧୀନ ସୋୟମ୍ବା ପଞ୍ଚାୟତର ପୁରୁଣାପାଣି ଗ୍ରାମରେ ଗତ ୧ ତାରିଖ ଦିନ ଘଟିଯାଇଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ୪୦ ବର୍ଷୀୟ ସାଲମନ ମୁଣ୍ଡା ଏକ ଟାଙ୍ଗିଆରେ ନିଜର ସମ୍ପର୍କୀୟ ଅଜା ନାଇମନ ମୁଣ୍ଡାଙ୍କ ମୁଣ୍ଡକୁ କାଟି ଦେହରୁ ଅଲଗା କରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ନାଇମନଙ୍କ ମୃତ୍ୟୁ ହୋଇଥିଲେ । ପରେ ଆଜି ଅଭିଯୁକ୍ତ ସଲମାନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ, ପୁରୁଣାପାଣି ଗ୍ରାମରେ ସଲମାନ, ତାଙ୍କ ପତ୍ନୀ, ଦୁଇ ଝିଅ ଓ ପୁଅକୁ ନେଇ ରହୁଥିଲେ । ପୁଅର ଦେହ ବାରମ୍ବାର ଖରାପ ହେଉଥିଲା । ତେବେ ନାଇମନ ଘରେ ସବୁ ବେଳେ ପୂଜାପାଠ କରୁଥିଲେ ବୋଲି ସଲମନ ସନ୍ଦେହ କରିଥିଲା । ସମ୍ପର୍କୀୟ ଅଜା ନାଇମନ ମୁଣ୍ଡା ଏବଂ ସମ୍ପର୍କୀୟ ନାତି ସଲମନ ମଧ୍ୟରେ ବହୁ ଦିନ ହେବ ତିକ୍ତତା ଲାଗି ରହିଥିଲା । ଏହା ସହିତ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଭଲ ନଥିଲା । ନାଇମନ ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପୁଅର ଦେହ ଖରାପ ହେଉଛି ବୋଲି ସନ୍ଦେହ କରିଥିଲା ସଲମନ ।

ପରେ ନାଇମନଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା ସଲମାନ । ଗତ ୧ ତାରିଖ ଦିନ ନାଇମନ ନିଜ ଜମିରେ କାମ କରୁଥିବା ବେଳେ ଏକ ଟଙ୍ଗିଆ ଧରି ସଲମାନ ସେଠାରେ ପହଞ୍ଚିଥିଲା । ଜମି ନିକଟରେ ଥିବା ତେନ୍ତୁଳି ଗଛକୁ କାଟିବା ଲାଗି ସଲମାନ ଅଜାଙ୍କୁ କହିଥିଲେ । ଏଥିରେ ରାଜି ହୋଇଥିଲେ ନାଇମନ ଗଛ ନିକଟକୁ ସେ ଯାଉଥିବା ବେଳେ ପଛରେ ସଲମାନ ଧରିଥିବା ଟାଙ୍ଗିଆରେ ଅଜାଙ୍କ ମୁଣ୍ଡକୁ ଆକ୍ରମଣ କରି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ । ଏହା ପରେ କଟାମୁଣ୍ଡକୁ ଏକ ବ୍ୟାଗରେ ଭର୍ତ୍ତି କରି ଗାଁ ମୁଣ୍ଡରେ ପହଞ୍ଚି ହାଣ୍ଡିଆ ପିଇଥିଲା । ବ୍ୟାଗରୁ ରକ୍ତ ଝରୁଥିବା ଲୋକେ ଦେଖି ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦେଇଥିଲେ । ପରେ ଅଭିଯୁକ୍ତକୁ କାବୁ କରିବାକୁ ଚେଷ୍ଟା କରିଥିଲେ ପୋଲିସ । ହେଲେ ଅଭିଯୁକ୍ତ ସଲମାନ ସେଠାରୁ ଦୌଡ଼ି ପଳାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ସେଠାରୁ କଟାମୁଣ୍ଡ ମିଳିଥିଲା । ପରେ ପୋଲିସ ଅଭିଯୁକ୍ତ ସଲମାନକୁ ଧରିବାରେ ସଫଳ ହୋଇଥିଲେ । ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ସେ ସମସ୍ତ କଥା ବଖାଣିଥିଲେ । ପରେ ପୋଲିସ୍ ତାକୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking