ଭୁବନେଶ୍ୱର: ଧାନ ପଞ୍ଜୀକରଣ ଅବ୍ୟବସ୍ଥା ନେଇ ବିଧାନସଭା କମିଟିର ଉଦବେଗ । ପବ୍ଲିକ ଅଣ୍ଡରଟେକିଙ୍ଗ କମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । କହହିଛନ୍ତି, ଆଜି ବି ୮ରୁ ୧୦ କେଜି କଟନୀ ଛଟନୀ ହେଉଛି । ବନ୍ଦ କରିବାକୁ ଯୋଗାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ । ଦାନ ପଞ୍ଜୀକରଣକୁ ସରଳୀକରଣ କରିବାକୁ କମିଟିର ଦାବି । କେବଳ ଗୋଟିଏ ଲେଖାରେ ପଞ୍ଜୀକରଣ କେମିତି କରିବେ । ମିଲରମାନେ ମନମାନୀ ଚଳାଇଛନ୍ତି, ତାଗିଦ କରିଛୁ । ଚାଷୀଙ୍କ ସମସ୍ୟା କଥା ଆମେ ମନ୍ତ୍ରୀଙ୍କୁ ବାରମ୍ବାର କହୁଛୁ । ଅନଲାଇନ ପଞ୍ଜୀକରଣ ସରଳ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।









