25.1 C
Bhubaneswar
Monday, December 8, 2025
Homeଓଡିଶାସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ସୋଆରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ୧୨ ଜଣ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଶନିବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ୬ଟି ବିଭିନ୍ନ ଦେଶରୁ ସୋଆରେ ବିଟେକ୍‌, ଏମ୍‌ଟେକ୍‌, ବିବିଏ, ଏମ୍‌ବିଏ ଓ ବିବିଏଏଲଏଲ୍‌ବି ଶିକ୍ଷା ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଉଗାଣ୍ଡାର ହୋଇଥିବା ବେଳେ ୩ ଜଣ ନେପାଳ ଏବଂ ଭୁଟାନ, ଲେସୋଥୋ, ବୁରୁଣ୍ଡି ଓ ସୋମାଲିଆରୁ ଜଣେ ଜଣେ ଛାତ୍ରଛାତ୍ରୀ ଅଛନ୍ତି। ସୋଆରେ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କର ଏହା ହେଉଛି ଦ୍ୱିତୀୟ ବ୍ୟାଚ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ କହିଥିଲେ ଯେ ସୋଆ ସେମାନଙ୍କର ଶିକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ମାଧ୍ୟମ ପ୍ରଦାନ କରିଛି। ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହା ଚଳିତ ବର୍ଷ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶରେ ୧୪ ତମ ସ୍ଥାନ ହାସଲ କରିଥିବା ବେଳେ ସର୍ବାଙ୍ଗୀନ କ୍ଷେତ୍ରରେ ୨୪ତମ ଶିକ୍ଷାନୁଷ୍ଠାନର ମାନ୍ୟତା ହାସଲ କରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଅନୁଭବ କରିବା ସହ ନିଜ ନିଜ ଦେଶରେ ସୋଆର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଜକୁ ପ୍ରତିପାଦିତ କରନ୍ତୁ ବୋଲି ସେ କହିଥିଲେ।

ଏହି ଅବସରରେ ଷ୍ଟ୍ରକ୍‌ଚରାଲ୍ ଇଞ୍ଜିନିୟରିଂରେ ଏମ୍‌ଟେକ୍ ଏବଂ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ ଶିକ୍ଷା ସମାପ୍ତ କରିଥିବା ଉଗାଣ୍ଡାର ଦୁଇଜଣ ଛାତ୍ରଛାତ୍ରୀ ଶ୍ରୀ ମୁରୁଙ୍ଗି ଜନ୍ ଏବଂ କୁମାରୀ ମାଉମ୍‌ବେ ସଲୋନ୍ ନିଜ ଭାଷଣରେ ନିଜ ଅଧ୍ୟାପକ -ଅଧ୍ୟାପିକା ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ଯୋଗୁଁ ହିଁ ସେମାନେ ତାଙ୍କ ପାଠ୍ୟକ୍ରମ ଶେଷ କରିପାରିଛନ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କନ୍‌ଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା, ସୋଆ ନ୍ୟାସ୍ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ପ୍ରଫେସର ପ୍ରବୀର ପଟ୍ଟନାୟକ ଏବଂ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନିଚକେତା କେ. ଶର୍ମା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking