17.1 C
Bhubaneswar
Wednesday, December 10, 2025
Homeଓଡିଶାସ୍ନାତକ ପରୀକ୍ଷାରେ ହେବ ସଂସ୍କାର; ୩୦ଦିନ ମଧ୍ୟରେ ଶେଷହେବ ରିଚେକିଂ ପ୍ରକ୍ରିୟା

ସ୍ନାତକ ପରୀକ୍ଷାରେ ହେବ ସଂସ୍କାର; ୩୦ଦିନ ମଧ୍ୟରେ ଶେଷହେବ ରିଚେକିଂ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର କରାଯାଇଛି । +୩ ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବାକୁ ପ୍ରୟାସ କରାଯାଉଥିବା ବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଗୁରୁତ୍ୱଦେଇ ପରୀକ୍ଷା ଶେଷହେବାର ୪୫ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ପ୍ରତିବର୍ଷ +୩ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ସେଲ୍ଫେଫାଇନାନ୍ସ ପାଠ୍ୟକ୍ରମରେ ପ୍ରାୟ ୨.୫ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି । ଗତ କିଛିବର୍ଷ ହେବ +୩ ରେଜଲ୍ଟ ପ୍ରକାଶରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେବା ପରେ ଏହି ପରୀକ୍ଷାରେ ରେଜଲ୍ଟ ପ୍ରକାଶରେ ସଂସ୍କାର ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଏଣିକି ଏକାଡେମିକ୍ କ୍ୟାଲେଣ୍ଡର ୍‌ଅନୁଯାୟୀ, ମାର୍ଚ୍ଚରେ +୩ ପରୀକ୍ଷା ଶେଷହେବା ସହ ମେ’ ୧୫ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ହୋଇଛି । ଏପରିକି ପ୍ରତିବର୍ଷ ସର୍ବଭାରତୀୟସ୍ତରରେ ପିଜି ପ୍ରବେଶିକା ପରୀକ୍ଷା ପୂର୍ବରୁ ରେଜଲ୍ଟ ପ୍ରକାଶ କରିବା ସହ ରିଚେକିଂ ପ୍ରକ୍ରିୟା ମଧ୍ୟ ଶେଷ କରିବାକୁ କୁହାଯାଇଛି । ପୂର୍ବରୁ ଅନେକ ମେଧାବୀଙ୍କ ମୁଲ୍ୟାଙ୍କନରେ ତ୍ରୁଟି ରହିଥିବାବେଳେ ଏହା ପରବର୍ତ୍ତୀ ସମୟରେ ରିଚେକିଂ ସମୟରେ ପରିବର୍ତ୍ତନ କରାଯାଇଥାଏ । ମାତ୍ର ସେତେବେଳକୁ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ପିଜି ପ୍ରବେଶିକା ପରୀକ୍ଷା ଶେଷ ହୋଇ ରେଜଲ୍ଟ ପ୍ରକାଶ ପାଇସାରିଥିବାରୁ ପ୍ରତିବର୍ଷ ଅନେକ ମେଧାବୀ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେବେ ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ପଢ଼ିବାରୁ ବଞ୍ôଚତ ନ ହୁଅନ୍ତି ସେଥିଲାଗି ସବୁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକାଡେମିକ କ୍ୟାଲେଣ୍ଡରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ଶେଷ କରି ରେଜଲ୍ଟ ପ୍ରକାଶ କରିବା ସହ ରିଚେକିଂ ଏବଂ ବ୍ୟାକ୍ ରେଜଲ୍ଟକୁ ମଧ୍ୟ ସଠିକ ସମୟ ମଧ୍ୟରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥା ସମ୍ପର୍କରେ ଜଣେ ପ୍ରଫେସର କହିଛନ୍ତି, ପରୀକ୍ଷା ଶେଷହେବା ପରେ ମୂଲ୍ୟାଙ୍କନ ଏବଂ ରେଜଲ୍ଟ ପ୍ରକାଶରେ ଏକ ଟାଇମ୍ ପିରିୟଡ୍ ରହିବା ଉଚିତ୍ । ସେହି ସମୟସୀମା ମଧ୍ୟରେ ଖାତାଦେଖା ଶେଷହେବ ଏବଂ ରେଜଲ୍ଟ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଣିକି ରେଜଲ୍ଟ ପ୍ରକାଶ ପାଇବା ପରେ ପିଲାଙ୍କୁ ସେମାନଙ୍କର ଉତ୍ତରଖାତାର ନକଲ କପି ଦେବାର ବ୍ୟବସ୍ଥା କରାଯିବ । ନକଲ କପି ଯାଞ୍ଚକରିବା ପରେ ଯଦି କିଛି ତ୍ରୁଟିଥିବା ଛାତ୍ରଛାତ୍ରୀ ଅଭିଯୋଗ କରନ୍ତି ତେବେ ସେହି ଉତ୍ତରଖାତାକୁ ପୁଣି ଯାଞ୍ଚ କରାଯିବ ଏବଂ ତ୍ରୁଟିଥିବା ଜଣାପଡ଼ିଲେ ସେହି ଖାତାକୁ ମୂଲ୍ୟାୟନ କରିଥିବା ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking