30.1 C
Bhubaneswar
Wednesday, March 25, 2026
Homeଓଡିଶାବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆରେ ଗ୍ରାଜୁଏସନ ଡେ ସମାରୋହ

ବିଦେଶୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୋଆରେ ଗ୍ରାଜୁଏସନ ଡେ ସମାରୋହ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପାରାମେଡିକ ପାଠ୍ୟକ୍ରମରେ ଅଧ୍ୟୟନ ସମାପ୍ତ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ବୁଧବାର ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ନାତକ ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରି ଡିଗ୍ରୀ ଗ୍ରହଣକାରୀଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପରୀକ୍ଷା ନିୟବକ ପ୍ରଫେସର ମଂଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଂଜନ ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ସମ୍ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆନ୍ତର୍ଜାତିକ ଆଡ୍‌ମିସନ ତଥା ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଖମାରୀ ଶର୍ମା ଏବଂ ଅତିରିକ୍ତ ଡିନ ପ୍ରଫେସର ଦେବାହୁତି ମହାପାତ୍ର ଯୋଗ ଦେଇଥିଲେ। ଦୀପ ପ୍ରଜ୍ୱଳନ ଏବଂ ଜାତୀୟ ସଂଗୀତ ଗାନ ପରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଦାସ ଗ୍ରାଜୁଏସନ ଡେ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହା ପରେ ନିର୍ଦ୍ଦେଶକ ପ୍ରଫେସର ଶର୍ମା ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରିଥିଲେ। ପରେ କୁଳପତି ପ୍ରଫେସର ନନ୍ଦ ଏହି ଦିନର ଗୁରୁତ୍ୱ ଉପରେ କହିବା ସହିତ ସେମାନଙ୍କର ଭବିଷ୍ୟତ ଜୀବନର ସଫଳତା କାମନା କରିଥିଲେ। ବିଶ୍ୱବିଦ୍ୟାଳୟର ଆଲୁମ୍ନି ନେଟ୍‌ୱର୍କ ସହିତ ଯୋଡିହୋଇ ବିଶ୍ୱବିଦ୍ୟାଳୟ ବା ନିଜ ଆଲ୍‌ମାମେଟର ପାଇଁ ‘ଶୁଭେଚ୍ଛାର ରାଜଦୂତ’ ସାଜିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking