28.1 C
Bhubaneswar
Friday, September 20, 2024
Homeଓଡିଶାରତ୍ନଭଣ୍ଡାରର ଜିପିଆର ସର୍ଭେ ହେବ

ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବ

ପୁରୀ : ପ୍ରଥମ ଦିନରେ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ, ରାଡାର ସର୍ଭେ କରାଯାଇଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସ୍ଥିତି ଜାଣିବା ପାଇଁ ଖୁବଶୀଘ୍ର ଜିପିଆର ସର୍ଭେ ହେବ । ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ସରିବା ପରେ ସୂଚନା ଦେଇଛନ୍ତି ଏଏସଆଇ ବିଶେଷଜ୍ଞ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତାଦରଖ କମିଟିର ଅଧ୍ୟକ୍ଷ । ଆଜି ଯାଞ୍ଚ ବେଳେ ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ କିମ୍ବା ଗୁପ୍ତ ସୁଡ଼ଙ୍ଗ କିଛି ମିଳି ନଥିବା ଏଏସଆଇ ବିଶେଷଜ୍ଞ ଟିମ୍ ମୂଖ୍ୟ ଓ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ କହିଛନ୍ତି । ଏହା ଜାଣିବାକୁ ହେଲେ ରତ୍ନଭଣ୍ଡାର ଜିପିଆର  ସର୍ଭେ ଆବଶ୍ୟକ ରହିଛି । ଗତ ଜୁଲାଇ ୧୪ ଓ ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବା ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଥିବା ଖଟ ଶେଯ ଓ ଚାଙ୍ଗଡ଼ା ଗୃହକୁ ସ୍ଥାନାନ୍ତର ସହ କଡ଼ା ସୁରକ୍ଷାରେ ରଖାଯାଇଛି । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ଶେଷ ପରେ ରତ୍ନ ଅଳଙ୍କାର ଗଣତି ହେବ ।

ଏନେଇ ଏଏସଆଇ ଏଡିଜି କଞ୍ଜରଭେଶନ ଜାନଭିଜ ଶର୍ମା କହିଛନ୍ତି, “ଏଏସଆଇ ବିଶେଷଜ୍ଞ ଟିମ୍ ଆଜି ଭଣ୍ଡାରର ଲେଜର ସ୍କାନିଂ ଓ ରାଡାର ସର୍ଭେ କାର୍ୟ୍ୟ କରିଛନ୍ତି । ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ହାଇଦ୍ରାବାଦର ମୁଖ୍ୟ ବୈଜ୍ଞାନିକ ଆଜି ରତ୍ନଭଣ୍ଡାର ରାଡାର ସର୍ଭେ କାର୍ୟ୍ୟ ବେଳେ ଉପସ୍ଥିତ ରହିଥିଲେ । ଏହାକୁ ଡକ୍ୟୁମେଣ୍ଟେସନ୍‌ କରାଯିବ । ପୁଣି ଆମର ବିଶେଷଜ୍ଞ ଟିମ୍ ଆସି ରତ୍ନଭଣ୍ଡାରର ଜିପିଆର ସର୍ଭେ କାର୍ୟ୍ୟ କରିବ । ଏହି କାର୍ୟ୍ୟ ସମ୍ପନ୍ନ ହେବା ଦ୍ୱାରା ଅଗାମୀ ଦିନରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ନେଇ ବହୁତ୍ ଫାଇଦା ମିଳିବ । ରତ୍ନଭଣ୍ଡାର ଯାଞ୍ଚ କାର୍ୟ୍ୟ ଅଧୁରା ରହିଛି । ଲେଜର ଓ ରାଡାର ସର୍ଭେରେ ଆସିଥିବା ତଥ୍ୟକୁ ଆମେ ଅନୁଧ୍ୟାନ କରିବୁ । ପରେ ଜିପିଆର ସର୍ଭେ ପରେ ରତ୍ନଭଣ୍ଡାରର ପ୍ରକୃତ ସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ । ଆଜି ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ, ଗୁପ୍ତ କୋଠରୀ ଥିବା ଜଣାପଡିନାହିଁ । ଜିପିଆର ସର୍ଭେ ଶେଷ ପରେ ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ, ଗୁପ୍ତ କୋଠରୀ ଅଛି କି ନାହିଁ ତାହା ଜଣାପଡ଼ିବ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking