27.1 C
Bhubaneswar
Sunday, July 7, 2024
Homeଓଡିଶାସରକାର କହିବେ ରତ୍ନଭଣ୍ଡାର ଖୋଲିବା ତାରିଖ : ଅରିଜିତ ପଶାୟତ

ସରକାର କହିବେ ରତ୍ନଭଣ୍ଡାର ଖୋଲିବା ତାରିଖ : ଅରିଜିତ ପଶାୟତ

ଭୁବନେଶ୍ୱର: ଆଜି ଜଷ୍ଟିସ ଅରିଜିତ ପଶାୟତ ଏବେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ସେ ଆସନ୍ତାକାଲି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ରହିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ହେବାକୁ ଥିବା ରତ୍ନଭଣ୍ଡାର ଇନଭେଣ୍ଟୋରୀ କମିଟି ବୈଠକରେ ଜଷ୍ଟିସ ଅରିଜିତ ପଶାୟତ ଯୋଗଦେବେ । ଅନ୍ୟପକ୍ଷରେ ୮ ତାରିଖ ଦିନ ରତ୍ନଭଣ୍ଡାର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ ୮ ତାରିଖ ରତ୍ନଭଣ୍ଡାର ଖୋଲିବା ସମ୍ଭବପର ଲାଗୁନାହିଁ । ରାଜ୍ୟସରକାର ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଇସାରିବା ପରେ ଆମେ କାର୍ଯ୍ୟ ଆରମ୍ଭ କରିଦେବୁ ବୋଲି ସେ କହିଛନ୍ତି । ଆମେ ସେନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଆସନ୍ତାକାଲି ତଦାରଖ କମିଟିର ବୈଠକ ରହିଛି । ଗଣତି ଓ ମଣତି ନେଇ କ’ଣ ମୋଡାଲିଟି ରହିବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ୮ ତାରିଖ ଦିନ ରଥଯାତ୍ରା ଥିବାରୁ ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ । ୮ ତାରିଖ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ ବୋଲି ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking