ଭୁବନେଶ୍ୱର: ୬ ନୂଆ ସହରରେ ଗଡିବ ଇଭି ବସ । ଆଗାମୀ ଦିନରେ ୬ଟି ନୂଆ ସହରରେ ଗଡିବ ଇଭି ବସ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏବେ ରାଜ୍ୟରେ ୬୭୦ଟି ବସ ଚାଲିଛି । ସେଥି ମଧ୍ୟରୁ ୨୨୦ଟି ଇଭି ବସ । ଏବେ ୧୧୩ଟି ରୁଟରେ ୧୩୯୯ କିମି ବସ ଚାଲୁଛି । ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ ବସ ଚାଲିବ । ଅନଲାଇନ ଟିକେଟରେ ରିହାତି ପାଇଁ ୩୫ % ଟିକେଟ ଆଦାୟ ରାଶି ବଢିଛି ।










