34.1 C
Bhubaneswar
Thursday, March 26, 2026
Homeଓଡିଶାସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ: ବିଜେଡି

ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ: ବିଜେଡି

– କେନ୍ଦ୍ର ସରକାର ୧୨ଟି ସ୍ମାର୍ଟ ଶିଳ୍ପ ସହର ପ୍ରତିଷ୍ଠା ପାଇଁ ଘୋଷଣା କଲେ, ହେଲେ
ଓଡ଼ିଶାକୁ ଭୁଲିଗଲେ
– ସକାରାତ୍ମକ କାର୍ଯ୍ୟ କରିବା ବଦଳରେ କେବଳ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରକୁ ନେଇ କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରୁଛନ୍ତି ବୋଲି ଆଜି ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ
ଲେନିନ୍ ମହାନ୍ତି, ସାଂସଦ ସୁଲତା ଦେଓ ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେତେ ଟଙ୍କା ବିଜ୍ଞାପନ ଏବଂ ଆଡ଼ଭୋଟରିଆଲରେ ଖର୍ଚ୍ଚ କରିଛନ୍ତି ପ୍ରଶ୍ନର ଉତ୍ତରରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ୍ ଟି ଅଧ୍ୟକ୍ଷଙ୍କ ଫଟୋ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କେତେକ ବିଶେଷ କାର୍ଯ୍ୟକ୍ରମ ଯଥା- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ, ନୂଆ-ଓ ସ୍ମାର୍ଟ କାର୍ଡ଼ ସ୍କିମ୍ ଇତ୍ୟାଦି ପ୍ରକଳ୍ପ ପାଇଁ ୨ ଥର ବିଶେଷ ଆଲେଖ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଏହି ଉତ୍ତରକୁ ଭିତ୍ତି କରି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଭି.କେ ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ୧୫ କୋଟି ଖର୍ଚ୍ଚ ବୋଲି ଖବର ପରିବେଷଣ କରୁଛନ୍ତି ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କୌଣସି ଆଡଭୋଟୋରିଆଲରେ ଭି.କେ ପାଣ୍ଡିଆନଙ୍କ ଫଟୋ ପ୍ରକାଶ ପାଇନାହିଁ । ଏହି ଧାରାରେ ଏକ ନ୍ୟୁଜ୍ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି ଲେଖି ଲୋକଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି । ଏହା ଅତ୍ୟନ୍ତ ନିମ୍ନମାନର ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦଳ ତରଫରୁ କୁହାଯାଇଛି । ରାଜ୍ୟ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଲୋକଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି । ଗତକାଲି କେନ୍ଦ୍ରୀୟ କ୍ୟାବିନେଟ୍‌ରେ ୧୨ଟି ସ୍ମାର୍ଟ ଶିଳ୍ପ ସହର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଓଡ଼ିଶା ଏଥିରେ ସ୍ଥାନ ପାଇନାହିଁ ।

ନିର୍ବାଚନ ସମୟରେ ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନା ସହାୟତାର ପ୍ରତିଶ୍ରୁତି ଦେଇଥିବା ବିଜେପି ଦଳ ବର୍ତ୍ତମାନ ଅଧିକରୁ ଅଧିକ ମହିଳାଙ୍କୁ ଏହି ଯୋଜନାରୁ ବାଦ୍ ଦେବା ପାଇଁ ନିୟମାବଳୀ କରିଛନ୍ତି । ଓଡ଼ିଆ ଯୁବକଙ୍କୁ ଅଣଓଡ଼ିଆ ଯୁବକ ମାଡ଼ ମାରିବା ଘଟଣାରେ ରାଜ୍ୟ ବିଜେପି ସରକାରର ନିରବତା, କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି । କେନ୍ଦ୍ର ସରକାର ଗଲା ୭ ବର୍ଷରେ ବିଜ୍ଞାପନ ବାବଦରେ ୬୪୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ତଥା ମଧ୍ୟପ୍ରଦେଶରେ ଥିବା ବିଜେପି ସରକାର ଗତ ୧ ବର୍ଷ ମଧ୍ୟରେ ୭୫୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭତ୍ତା ପ୍ରଦାନରେ ବରିଷ୍ଠ ନାଗରିକଙ୍କୁ ପ୍ରତାରଣା ଭଳି ଅନେକ ପ୍ରଶ୍ନକୁ ସାମ୍ନା କରିନପାରି ଆଜି ରାଜ୍ୟ ବିଜେପି ସରକାର ବିଧାନସଭାରେ ଦେଇଥିବା ତଥ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରି ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେମାନେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking