15.1 C
Bhubaneswar
Friday, January 16, 2026
Homeଓଡିଶାମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ରାଜ୍ୟର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟିଙ୍କ ସହିତ ଗୁରୁବାର ମଙ୍ଗଳାଯୋଡି ଆର୍ଦ୍ରଭୂମି ପରିଦର୍ଶନ କରିଥିଲେ। ମଙ୍ଗଳାଯୋଡ଼ି ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ। ଚିଲିକା ହ୍ରଦ କୂଳରେ ଅବସ୍ଥିତ ମଙ୍ଗଳାଯୋଡିର ଇକୋ-ପର୍ଯ୍ୟଟନ ସ୍ଥଳ ଏହାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ଜୈବ ବିବିଧତା ପାଇଁ ପ୍ରସିଦ୍ଧ। ବିଶେଷକରି ଏହାର ବିଶାଳ ଆର୍ଦ୍ରଭୂମି ଯାହା ବିଶ୍ୱର ଦୂରଦୂରାନ୍ତରୁ ପ୍ରତିବର୍ଷ ଆସୁଥିବା ହଜାର ହଜାର ପକ୍ଷୀଙ୍କ ବିହାରସ୍ଥଳ ହୋଇଥାଏ। ପରିଦର୍ଶନ ସମୟରେ ରାଜ୍ୟପାଳ ବିଦେଶୀ ପକ୍ଷୀମାନଙ୍କୁ ଦେଖିବା ଏବଂ ଗୋଷ୍ଠୀ ପରିଚାଳିତ ଇକୋ-ପର୍ଯ୍ୟଟନ କାର୍ଯ୍ୟକଳାପ ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ଆର୍ଦ୍ରଭୂମି ମଧ୍ୟରେ ଡଙ୍ଗାରେ ଯାତ୍ରା କରିଥିଲେ। ରାଜ୍ୟପାଳ ସ୍ଥାନୀୟ ବାସିନ୍ଦା ଏବଂ ସଂରକ୍ଷଣ ତଥା ପରିବେଶ-ପର୍ଯ୍ୟଟନ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡିତ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆର୍ଦ୍ରଭୂମି ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ। ପରିବେଶ-ପର୍ଯ୍ୟଟନ ମାଧ୍ୟମରେ ସ୍ଥାୟୀ ଜୀବିକା ସୃଷ୍ଟି କରିବା ସହିତ ଜୈବ ବିବିଧତାକୁ ସଂରକ୍ଷଣ କରିବାରେ ଗ୍ରାମବାସୀଙ୍କ ସାମୂହିକ ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ନିଜର ଅଭିଜ୍ଞତା ବାଣ୍ଟି ରାଜ୍ୟପାଳ କହିଥିଲେ ଯେ ମଙ୍ଗଳାଯୋଡିର ଶାନ୍ତ ସୌନ୍ଦର୍ଯ୍ୟ ଏବଂ ପକ୍ଷୀମାନଙ୍କର ପ୍ରାକୃତିକ ବାସସ୍ଥାନରେ ପ୍ରବାସୀ ପକ୍ଷୀଙ୍କ ଦୃଶ୍ୟ ପ୍ରକୃତରେ ପ୍ରେରଣାଦାୟକ। ପରିବେଶ-ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟ କିପରି ପ୍ରକୃତିର ରକ୍ଷକ ହୋଇଛନ୍ତି ତାହା ଦେଖିବା ଉତ୍ସାହଜନକ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତିଯେ, ମଙ୍ଗଳାଯୋଡି ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ôଥକ ସ୍ଥିତିକୁ ଉନ୍ନତ କରିବା ସହିତ ଗୋଷ୍ଠୀ ଅଂଶଗ୍ରହଣ କିପରି ସଫଳତାର ସହିତ ପ୍ରକୃତିକୁ ସୁରକ୍ଷା ଦେଇପାରେ ତାହାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଠିଆ ହୋଇଛି। ରାଜ୍ୟର ଅନ୍ୟ ପରିବେଶଗତ ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହିପରି ଗୋଷ୍ଠୀ ପରିଚାଳିତ ସଂରକ୍ଷଣ ମଡେଲଗୁଡ଼ିକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking