19.1 C
Bhubaneswar
Tuesday, January 13, 2026
Homeଓଡିଶାଆଦିବାସୀ ଆରୋଗ୍ୟକାରୀଙ୍କ ସହ ଭାବ ବିନିମୟ କଲେ ରାଜ୍ୟପାଳ

ଆଦିବାସୀ ଆରୋଗ୍ୟକାରୀଙ୍କ ସହ ଭାବ ବିନିମୟ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ଆରୋଗ୍ୟକାରୀଙ୍କ ସହ ଭାବ ବିନିମୟ କରିଛନ୍ତି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି I ଚଳିତ ନଭେମ୍ବର ୨୬ ତାରିଖ ଦିନ ରାଜଭବନର ଅଭିଷେକ ହଲରେ ଆୟୋଜିତ ଏହି ଭାବ ବିନିମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଦିବାସୀ ଆରୋଗ୍ୟକାରୀଙ୍କ ସହିତ ଆଲୋଚନା ସମୟରେ ସେମାନଙ୍କ ଚିକିତ୍ସା ଜ୍ଞାନ ଅମୂଲ୍ୟ ଓ ପ୍ରଶଂସନୀୟ ବୋଲି କହିଛନ୍ତି I ପାରମ୍ପରିକ ଆଦିବାସୀ ଚିକିତ୍ସା ପ୍ରଣାଳୀର ସଂରକ୍ଷଣ, ବୈଜ୍ଞାନିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ପିଢ଼ିକୁ ଜ୍ଞାନ ପ୍ରଦାନ କରିବା ପାଇଁ ସଠିକ୍ ଭାବରେ ଡକ୍ୟୁମେଣ୍ଟେସନ୍ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀର (PVTGs) ସଦସ୍ୟଙ୍କ ସମେତ ଆଦିବାସୀ ଆରୋଗ୍ୟକାରୀଙ୍କ ସହିତ ଆଲୋଚନା କରି ରାଜ୍ୟପାଳ କହିଥିଲେ ଯେ ଦୁର୍ଗମ ଅଞ୍ଚଳ ଯେଉଁଠାରେ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ସୀମିତ କିମ୍ବା ଅନୁପଲବ୍ଧ ସେଠାରେ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ପଦ୍ଧତି ଶହ ଶହ ବର୍ଷ ଧରି ବିକଶିତ ହୋଇ ଆସିଛି I ଆଦିବାସୀ ସମ୍ପ୍ରଦାୟ ସ୍ଥାନୀୟ ଉଦ୍ଭିଦ, ଔଷଧୀୟ ବୃକ୍ଷ ଏବଂ ପ୍ରାକୃତିକ ସମ୍ପଦରୁ ସେମାନଙ୍କର ନିଜସ୍ୱ ଔଷଧୀୟ ପ୍ରଣାଳୀ ବିକଶିତ କରିଛନ୍ତି। ଏହି ଜ୍ଞାନ ଅମୂଲ୍ୟ ଏବଂ ଏହା ଲୋପ ପାଇବା ପୂର୍ବରୁ ଏହାକୁ ସଂରକ୍ଷଣ କରାଯିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।

ଆରୋଗ୍ୟକାରୀମାନଙ୍କୁ ସେମାନଙ୍କର ଚିକିତ୍ସା ପ୍ରକ୍ରିୟା, ଚିକିତ୍ସା କରାଯାଇଥିବା ନିର୍ଦ୍ଦିଷ୍ଟ ରୋଗ ଏବଂ ଔଷଧୀୟ ଉପଚାର ପ୍ରସ୍ତୁତିରେ ବ୍ୟବହୃତ ଔଷଧୀୟ ବୃକ୍ଷ ରେକର୍ଡ କରିବାକୁ ରାଜ୍ୟପାଳ ପ୍ରୋତ୍ସାହିତ କରିଥିଲେ। ବ୍ୟବସ୍ଥିତ ଦସ୍ତାବିଜୀକରଣ ଦ୍ୱାରା ବନ ବିଭାଗ ସହିତ ଉତ୍ତମ ସମନ୍ୱୟ ରକ୍ଷା କରାଯାଇ ଆବଶ୍ୟକୀୟ ଔଷଧୀୟ ବୃକ୍ଷ, ମୂଳ, ପତ୍ର ଏବଂ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀକୁ ବର୍ଷସାରା ଆରୋଗ୍ୟକାରୀମାନଙ୍କୁ ଉପଲବ୍ଧ କରାଯାଇପାରିବ ବୋଲି ରାଜ୍ୟପାଳ କହିଥିଲେ । ପାରମ୍ପରିକ ଔଷଧର ବିଶ୍ୱସ୍ତରୀୟ ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ ଉଲ୍ଲେଖ କରିଥିଲେ ଯେ ଚୀନ ଔଷଧୀୟ ବୃକ୍ଷ ଏବଂ ଔଷଧୀୟ ଉତ୍ପାଦ ରପ୍ତାନି କରି ପ୍ରଚୁର ଆୟ କରୁଛି । ଏ ଦିଗରେ ଭାରତ ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ଦୃଢ଼ ପାରମ୍ପରିକ ଜ୍ଞାନ ହେତୁ ଏହି କ୍ଷେତ୍ରରେ ବିପୁଳ ସମ୍ଭାବନା ରଖିଛି ବୋଲି ରାଜ୍ୟପାଳ ଦୃଢୋକ୍ତି ପ୍ରକାଶ କରିଥିଲେ I ଆଦିବାସୀ ଚିକିତ୍ସା ପଦ୍ଧତି ଉପରେ ଗବେଷଣା ଏବଂ ସ୍ୱଦେଶୀ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହିତ କରିବା ଉପରେ ଆୟୁଷ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି ବୋଲି ମଧ୍ୟ ରାଜ୍ୟପାଳ କହିଥିଲେ I ଆଲୋଚନା ସମୟରେ ଆଦିବାସୀ ଆରୋଗ୍ୟକାରୀମାନେ ନିଜର ଅଭିଜ୍ଞତା, ଚିକିତ୍ସା ପଦ୍ଧତି ଏବଂ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ବଜାୟ ରଖିବାରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ର ନିର୍ଦ୍ଦେଶକ ଶ୍ରୀ ସୁଧାକର ଶବର ଓ ରାଜଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

https://www.youtube.com/watch?v=21Ao05eDsW4&t=1s

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking