16.1 C
Bhubaneswar
Saturday, December 6, 2025
Homeଓଡିଶାସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ: ବିଜେଡି

ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ: ବିଜେଡି

ଭୁବନେଶ୍ୱର: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଭାଷଣ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ହୋଇ ରହିଛି, ଲୋକଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରି ନାହିଁ ବୋଲି କହିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ୧୬ ମାସରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟକ୍ରମ କେବଳ ଭାଷଣବାଜିରେ ସୀମିତ ରହିଛି । ପୂର୍ବ ବିଜେଡି ସରକାରଙ୍କ ଯୋଜନା ଗୁଡିକର କେବଳ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବେଳେ, ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାରଙ୍କ ଅଧିକାଂଶ କାର୍ଯ୍ୟକ୍ରମ କେବଳ ଘୋଷଣାରେ ସୀମିତ ହୋଇ ରହିଯାଉଛି । ଡ଼ ମହାନ୍ତି କହିଛନ୍ତି, ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମହୋଦୟ ଉଠାଇଥିବା ପ୍ରସଙ୍ଗ ଗୁଡିକ ମଧ୍ୟ ଅନେକ ପ୍ରଶ୍ନ ଛିଡା କରିଛି ।

ଉଦାହରଣ ସ୍ୱରୂପ, ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବିରୋଧରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିଦେ୍ର୍ଦଶରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ବାଲି ଓ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ଅହେତୁକ ବୃଦ୍ଧି ପାଇଥିବା କଥାକୁ ବିଳମ୍ୱରେ ହେଲେ ବି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରେ ବାଲି ଓ ଅନ୍ୟାନ୍ୟ ଲଘୁ ଖଣିଜ ସମ୍ପଦର ଚୋରାଚାଲାଣ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜୁ ଜନତା ଦଳ ପ୍ରସଙ୍ଗ ଉଠାଇ ଆସୁଛି ।

ଏପରିକି ଏହି ଚୋରାଚାଲାଣ କାରବାର ଯୋଗୁଁ ରାଜ୍ୟର ଲଘୁ ଖଣିଜ ସମ୍ପଦର ରାଜସ୍ୱ ୨୦୨୩-୨୪ ବର୍ଷରେ ୧୪୮୫ କୋଟି ଥିଲାବେଳେ ୨୦୨୪-୨୫ ବେଳେ ଏହା ମାତ୍ର ୬୦୦ କୋଟି ଟଙ୍କାକୁ ଖସି ଆସିଛି । ସେହିପରି ଚୋରା ମଦ କାରବାରକୁ ରୋକିବା ପାଇଁ ଦେଇଥିବା ନିଦେ୍ର୍ଦଶ ମଧ୍ୟ ରାଜ୍ୟରେ ଚାଲୁଥିବା ଚୋରା ମଦ କାରବାରକୁ ସ୍ୱୀକାର ସଦୃଶ୍ୟ ହୋଇଛି । ବିଜେପି କ୍ଷମତାକୁ ଆସିବାର କିଛି ମାସ ପରେ ଗଞ୍ଜାମ ଜିଲ୍ଲାରେ ଚୋରା ତଥା ବିଷାକ୍ତ ମଦ ପିଇ ୫ ଜଣଙ୍କ ମୃତୁ୍ୟ ହୋଇଥିଲେ ମଧ୍ୟ ସରକାର ରାଜ୍ୟରେ ଚୋରା ମଦ କାରବାରକୁ ରୋକିବାରେ ସଫଳ ହୋଇ ନାହାନ୍ତି ।

ଡ଼ ମହାନ୍ତି ଆହୁରି କହିଛନ୍ତି, ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କଥା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ଉପଲବ୍ଧô ବୋଲି ଦାବି କରିଥିବା ବେଳେ ବାସ୍ତବରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଇଟାଟିଏ ପଡ଼ିପାରି ନାହିଁ । ଅପରପକ୍ଷରେ ପୂର୍ବ ବିଜେଡି ସରକାରଙ୍କ ସମୟରେ ପୁଞ୍ଜି ନିବେଶ ପାଇଁ ସ୍ୱାକ୍ଷରିତ ହୋଇଥିବା ଅନେକ ଶିଳ୍ପ ଅନୁଷ୍ଠାନ ବିଜେପି ସରକାର ଆସିବା ପରେ ରାଜ୍ୟ ଛାଡ଼ି ଚାଲି ଗଲେଣି । ସେମାନଙ୍କ ଭିତରୁ ଜେଏସଡବ୍ଲୁ ଇଭି କାରଖାନା, ଆର୍ସେଲର ମିତ୍ତଲ ଇସ୍ପାତ କାରଖାନା, ଏସ ରାମ ଏନ ରାମ ସେମି କଣ୍ଡକ୍ଟର କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଅଧିକାଂଶ କାର୍ଯ୍ୟକ୍ରମ ବାଟବଣା ହୋଇଥିବା ବେଳେ, ସରକାର ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking