19.1 C
Bhubaneswar
Monday, February 2, 2026
Homeଓଡିଶାରାଜ୍ୟବ୍ୟାପୀ ଧାନକ୍ରୟ ଅବ୍ୟବସ୍ଥା ସରକାରଙ୍କ ଘୋଷଣା ଚାଷୀଙ୍କ ପ୍ରତି ପ୍ରତାରଣା: କଂଗ୍ରେସ

ରାଜ୍ୟବ୍ୟାପୀ ଧାନକ୍ରୟ ଅବ୍ୟବସ୍ଥା ସରକାରଙ୍କ ଘୋଷଣା ଚାଷୀଙ୍କ ପ୍ରତି ପ୍ରତାରଣା: କଂଗ୍ରେସ

ଭୁବନେଶ୍ୱର: ଚଳିତ ଖରିଫ ଧାନ କ୍ରୟରେ ରାଜ୍ୟବ୍ୟପୀ ଅବ୍ୟବସ୍ଥା । ବିଳମ୍ବରେ ମଣ୍ଡି ଖୋଲିବା, ମିଲର ସହ ଭିତିରିଆ ସଲାସୁତୁରା, ଓଜନରେ ତୃଟୀ, କଟନି ଛଟନି, ଅଖା ଓ ପରିବହନ ଖର୍ଚ୍ଚ ନ ଦେବା, ତୃଟିପୂର୍ଣ୍ଣ ଟୋକନ ଇସ୍ୟୁ ଯୋଗୁଁ ଚାଷୀ ନାହିଁ ନ ଥିବା ଅଭାବନୀୟ ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି । ଲକ୍ଷ୍ୟଧାର୍ଯ୍ୟ ମୁତାବକ ମଣ୍ଡିରୁ ଧାନ ଉଠୁନାହିଁ କି କ୍ରୟ କରାଯାଉ ନାହିଁ । ଯେଉଁଠି ଚାଷୀଙ୍କୁ ଗତବର୍ଷ ୧୦୦ କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଟୋକନ ଆସିଥିଲା ଚଳିତ ଥର ତାହା ଅଧାକୁ କମାଇ ଦିଆଯାଇଛି ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କ ଏପରି ଦୋମୁହିଁ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ।

ସରକାର କହିଲେ ଚାଷୀର ଯେତେ ବଳକା ଧାନ ତାହାକୁ ନିର୍ଦ୍ଧାରିତ ୩୧୬୯ଟଙ୍କା କ୍ୱିଣ୍ଟାଲ ପିଚ୍ଛା କ୍ରୟ କରିବେ । କିନ୍ତୁ ଏବେ କହୁଛନ୍ତି ୧୫୦ କ୍ୱିଣ୍ଟାଲର ଅଧିକ ଧାନ କ୍ରୟ କରାଗଲେ ଇନପୁଟ୍ସ ସହାୟତା ୮୦୦ ଟଙ୍କା ଦିଆଯିବ ନାହିଁ । ମୋଟା ମୋଟି ଭାବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୫ ପ୍ରତିଶତ ଧାନ କ୍ରୟ କରାଯାଇ ନାହିଁ । ଗତବର୍ଷ ତୁଳନାରେ ୮୦୦ଟଙ୍କା ଇନପୁଟ୍ସ ସହାୟତା ନ ଦେବା ଆଳରେ ଧାନ କ୍ରୟ କରିବାରେ ବିଳମ୍ବ ଘଟୁଛି । ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀଙ୍କ ବାଚାଳାମୀ ସ୍ଲୋଗାନ ଚାଷୀର କଟା ଘାରେ ଚୂନ ସଦୃଶ । ତଥ୍ୟାନୁସାରେ ଯାହା ଜଣାଯାଏ ରାଜ୍ୟର ୧୯ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀଙ୍କଠାରୁ ଏବେସୁଦ୍ଧା ୭ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ମାତ୍ର ୩୪ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ଯଥେଷ୍ଟ କମ୍ ।

ଏହି ସରକାର ଅଣ୍ଟାରେ ନ ଥାଇ ଧନ ପୁଅ ବାହାକରି ମନ ପରି ଚାଷୀଙ୍କୁ ଭୁତାଉଛନ୍ତି । ସବୁଜାଗାରେ ମଣ୍ଡି ଖୋଲିବା ପରିବର୍ତ୍ତେ ଅନେକ ସ୍ଥାନରେ ଅଦ୍ୟାବଧି ମଣ୍ଡି ଖୋଲିନାହିଁ । ପୁରୀ, ଜଗତସିଂହପୁର, ଭଦ୍ରକ କଥା କହିଲେ ନ ସରେ । ଏହାର ଦୃଢ଼ ପ୍ରତିବାଦ କରି ଗତ ନଭେମ୍ବର ୨୮ ଧାନ କିଣା ଆରମ୍ଭଠାରୁ ପିସିସି ସଭାପତି ଭକ୍ତଦାସଙ୍କ ଆହ୍ୱାନରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ଦୁର୍ବାର କରିବାରେ ବିଭିନ୍ନ କୃଷକ ସଂଗଠନ ଆଗେଇ ଆସିବା ସହ ରାଜ୍ୟର ଅନ୍ୟତମ ଅଗ୍ରଣୀ ନବ ନିର୍ମାଣ କୃଷକ ସଂଗଠନ ଚଳିତ ଜାନୁଆରୀ ୨୮ ତାରିଖ ଦିନଟିକୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି । ଏହି ଆନ୍ଦୋଳନକୁ କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ଦୃଢ଼ ସମର୍ଥନ କରାଯାଇଛି ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇବା ସହିତ ସମସ୍ତ ଚାଷୀ ସଂଗଠନ ଓ ରାଜ୍ୟର ଚାଷୀ ଭାଇ ଭଉଣୀ ଏବଂ କିଷାନ କଂଗ୍ରେସ କର୍ମକର୍ତ୍ତା ଓ ସମବାୟ ପ୍ରେମୀମାନେ ବହୁଳ ସଂଖ୍ୟାରେ ସାମିଲ ହୋଇ ରାଜ୍ୟସରକାରଙ୍କ ଉପରି ଚାଷୀମାରଣ ନୀତି ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking