26.1 C
Bhubaneswar
Wednesday, February 11, 2026
Homeଓଡିଶାବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ସରକାର ପଛଘୁଞ୍ଚା ଦେବେନାହିଁ : ମୁଖ୍ୟମନ୍ତ୍ରୀ

ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ସରକାର ପଛଘୁଞ୍ଚା ଦେବେନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ବାବୁ ଓଡ଼ିଶାର ବରପୁତ୍ର। ଆଧୁନିକ ଓଡ଼ିଶାର ନିର୍ମାତା। ଓଡ଼ିଶାକୁ ପୁନର୍ଗଠନ କରିବା ସହ ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଆଗକୁ ନେଇଥିଲେ। ଓଡ଼ିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ବିଜୁ ବାବୁ ଯେଉଁ ଆଧୁନିକ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ, ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାର ପଛାଇବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ବିଜେପି କର୍ମୀ ଏବଂ ନେତା ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତିଚାରଣ କରିଛନ୍ତି। ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ। ଓଡିଆଙ୍କ ଗର୍ବ ଏବଂ ଗୌରବ। ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା। ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି। ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ। ଏହି ଅବସରରେ ସାରା ରାଜ୍ୟରେ ପାଳନ ହେଉଛି ବିଜୁ ଜୟନ୍ତୀ। ଭୁବନେଶ୍ୱର ଫରେଷ୍ଟପାର୍କରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଛନ୍ତି ନବୀନ ପଟ୍ଟନାୟକ। ନବୀନଙ୍କ ସମେତ ବିଜେଡି ବହୁ ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ମଧ୍ୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking