ଭୁବନଶ୍ୱେର: କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟରେ ସ୍ମାର୍ଟ ମିଟର ଲଗାଇବେ ସରକାର । ଏନେଇ ଶକ୍ତି ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇ କିଲୋୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଯିବ ସ୍ମାର୍ଟ ମିଟର । ଏ ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗାଇବାକୁ ୮୮ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡିଶା ସରକାରଙ୍କର ଶକ୍ତି ବିଭାଗ ଅଧୀନରେ ହିଁ ରହିବ । ଡିସକମ ଦ୍ୱାରା କେବଳ ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ । ସରକାରଙ୍କ ତରଫରୁ ଏ ନିଷ୍ପତ୍ତି ନିଆଯାଇଛି ।









