18.1 C
Bhubaneswar
Saturday, November 23, 2024
Homeଓଡିଶାଦୋକାନୀଙ୍କୁ ସରକାରଙ୍କ ତାଗିଦ୍‌; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଦୋକାନୀଙ୍କୁ ସରକାରଙ୍କ ତାଗିଦ୍‌; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ଯେତିକି ଆଳୁ ଏବେ ଗଚ୍ଛିତ ଅଛି ସେସବୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ । ଆଳୁ ସଙ୍କଟ ଦୂର କରିବାକୁ ଯୋଗାଣ ବିଭାଗ ପକ୍ଷରୁ ୧୯୦୦ ଦୋକାନ ଖୋଲାଯାଇଛି ଓ ଏଠାରେ ଆଳୁ ୩୦ଟଙ୍କାରେ ବିକ୍ରି ହେଉଛି । ତେବେ ଯେଉଁ ଅସାଧୁ ବ୍ୟବସାୟୀ ବ୍ୟାପକ ପରିମାଣରେ ଆଳୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଯୋଗାଣ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ ଆଳୁ ମହଜୁଦକାରୀଙ୍କ ଉପରେ ନଜର ରଖିଛନ୍ତି । ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, ଅସାଧୁ ବ୍ୟବସାୟୀ ବ୍ୟାପକ ପରିମାଣରେ ଆଳୁ ମହଜୁଦ ରଖିଲେ କୃତ୍ରିମ ଅଭାବ ଦେଖାଦେବ । ଫଳରେ ଦର ବୃଦ୍ଧି ପାଇବ । ଏହି ଘଟଣା ନଜରକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟରେ ୧୯୦୦ ଦୋକାନ ଖୋଲାଯାଇ ୩୦ ଟଙ୍କାରେ ଆଳୁ ବିକ୍ରି ହେଉଛି । ସମ୍ବଲପୁରରେ ଆଳୁ ଦର ୨୬ ଭୁବନେଶ୍ୱରରେ ୩୦ ରୁ୩୫ ମଧ୍ୟରେ ରହିଛି । ଜନସାଧାରଣ ଭୟ କରିବାର ଆବଶ୍ୟକତା ନାହିଁ । ରାଜ୍ୟରେ ଆଳୁ ମହଜୁଦ ଅଛି ଏବଂ ୫ ଦିନ ଭିତରେ ଦୁଇଟି ଆଳୁ ଟ୍ରେନ ଆସୁଛି । ଏଥିରେ ପ୍ରାୟ ୪୮ ହଜାର କ୍ୱିଣ୍ଟାଲ ଆଳୁ ଆସି ପହଞ୍ଚିବ ।

ତେବେ ଓଡ଼ିଶା ଉତ୍ତରପ୍ରଦେଶରୁ ଆଳୁ ଆଣିବା ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟବସାୟୀମାନେ ଘାଟାରେ ପଡିଲେ । ସେଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି । ଆମେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇରହିପାରିବୁ ନାହିଁ । ଯେଉଁଠି ସୁବିଧା ହେବ ସେଠୁ ଆଳୁ ଆଣିବୁ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ଭୁବନେଶ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଯୋଗାଣ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ ଆଳୁ ମହଜୁଦ କାରୀଙ୍କ ଉପରେ ନଜର ରଖିଛନ୍ତି । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ରୁ ଅଧିକ ଲୋକେ ଅସୁସ୍ଥ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଖୁବଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବକାରୀ କମିଶନରଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକାଯିବ ସେନେଇ ନୂଆ ଅବକାରୀ ନୀତି ଅଣାଯିବ । ଯେଉଁମାନେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking