26.1 C
Bhubaneswar
Sunday, March 15, 2026
Homeଓଡିଶାତେଲ ବୋର୍ଡ ଲଗାଇବେ ସରକାର

ତେଲ ବୋର୍ଡ ଲଗାଇବେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରକୁ ଜଙ୍କ ଫୁଡ୍‌ ଓ ତେଲ ଚିନ୍ତା ଏବେ ଘାରିଛି । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏଥିସହିତ ସବୁ ଅଙ୍ଗନଓ୍ଵାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ ତେଲ ବୋର୍ଡ ଲାଗିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୂଚନାନୁଯାୟୀ ସରକାରଙ୍କୁ ଜଙ୍କ ଫୁଡ୍ ଚିନ୍ତା । ତେଲ ବୋର୍ଡ ଲଗାଇବେ ସରକାର । କେଉଁ ଖାଦ୍ୟରେ ଅଛି କେତେ ତେଲ, ତାକୁ ଖାଇଲେ କଣ ହେବ, ସେ ନେଇ ତେଲ ବୋର୍ଡ ଜରିଆରେ କରାଯିବ ସଚେତନ । ଏନେଇ ସବୁ ଜିଲ୍ଲପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି । ସମସ୍ତ ଅଙ୍ଗନବାଡି ସେଣ୍ଟର, ଶିଶୁ ଯତ୍ନ କେନ୍ଦ୍ର, ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ସହ ଘରୋଇ ପ୍ରତିଷ୍ଠାନରେ ଲାଗିବ ତେଲ ବୋର୍ଡ । କେଉଁ ଖାଦ୍ୟରେ କେତେ ତେଲ ପରିମାଣ ରହିଛି, ଯେମିତି କି ସିଙ୍ଗଡ଼ା ପକୁଡ଼ି, ଆଳୁଚପ, ଛଣା ସେଉ, ମୁଡୁକିରେ କେତେ ପରିମାଣର ତେଲ ରହିଛି, ଯାହାକୁ ଖାଇଲେ ହୃଦ ରୋଗ, ମୋଟାପଣ, ଯକୃତ ରୋଗ ସହ ଉଚ୍ଚ ରକ୍ତ ଚାପ ହେବାର ସମ୍ଭାବନା ରହିଛି । ଉଭୟ ଓଡ଼ିଆ ଓ ଇଂରାଜୀରେ ଲାଗିବ ତେଲ ବୋର୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking