25.1 C
Bhubaneswar
Saturday, December 6, 2025
Homeଓଡିଶାକାମ ନକଲେ ବିଦା ହେବେ ସରକାରୀ ବାବୁ

କାମ ନକଲେ ବିଦା ହେବେ ସରକାରୀ ବାବୁ

ଭୁବନେଶ୍ୱର: ଅପାରଗ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କାଯ୍ୟର  ତଥ୍ୟ ମାଗିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସଚିବ ସ୍ତରୀୟ ବୈଠକ ନିଷ୍ପତ୍ତିକୁ କେତେ କାଯ୍ୟକାରୀ କରିଛନ୍ତି, ସେ ନେଇ ତଥ୍ୟ ମଗାଯାଉଛି ।  ୭ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସରକାରକୁ ନିର୍ଦ୍ଦେଶ ଦେବା କୁହାଯାଇଛି । ଫିଲ୍ଡ ଭିଜିଟ ସହିତ ସରକାରୀ କାଯ୍ୟକ୍ରମକୁ କାଯ୍ୟକାରୀ କରିବାରେ କେତେଦୂର ସଫଳ ହୋଇପାରିଛନ୍ତି ସେନେଇ ତଥ୍ୟ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଫିସ ପକ୍ଷରୁ  ଲେଖାଯାଇଚି ଯେ, ଅଧିକାରୀ ଏବଂ କର୍ମଚାରୀ କାଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ । ସରକାରଙ୍କ ନିୟମ ଅନୁଯାୟୀ,  କାଯ୍ୟ କରୁନଥିଲେ ଅବସର ଦିଆଯିବ । ଯେଉଁମାନେ ସରକାରଙ୍କ ନିୟମ ଅନୁଯାୟୀ କାଯ୍ୟ ସମ୍ପାଦନା କରୁନାହାନ୍ତି ଅପାରଗ ବିବେଚିତ କରି ବାଧ୍ୟତାମୂଳକ ଅବସର କରାଯିବ ବୋଲି ଉଲ୍ଲେଖ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking