27.1 C
Bhubaneswar
Tuesday, March 31, 2026
Homeଓଡିଶାରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି

ରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାରର ଅଭାବକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟ ସ୍ଥିତି ଦେଖା ଦେଇଥିବା ବେଳେ, ସାର ବିକ୍ରିରେ ଅନିୟମିତତା, କଳାବଜାରୀ ଓ ଅତ୍ୟଧିକ ଦର ବୃଦ୍ଧି ଚାଷୀକୂଳକୁ ହନ୍ତସନ୍ତ କରୁଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ରାଜ୍ୟ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଛନ୍ତି, କିନ୍ତୁ କୃଷକମାନେ କଣ ରାଜ୍ୟର ଲୋକ ନୁହଁନ୍ତି କି ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି।ସେ କହିଥିଲେ, ରାଜ୍ୟର ଚାଷୀକୂଳଙ୍କ ସମସ୍ୟାକୁ ବୁଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଚିଠି ଲେଖି, ଏହାର ତ୍ୱରିତ ସମାଧାନ ପାଇଁ ଦାବି କରିଛନ୍ତି। ସେ ଆହୁରି କହିଥିଲେ, ଏକଦା ଚାଉଳ ନିଅଣ୍ଟିଆ ରାଜ୍ୟ ଭାବେ ପରିଚୟ ଥିବା ଓଡିଶା ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଚାଉଳ ବଳକା ରାଜ୍ୟରେ ପରିଣତ ହେବା ସହିତ ଚାଉଳ ଉତ୍ପାଦନ କ୍ଷେତ୍ରରେ ଦେଶର ତୃତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ଏହି ସ୍ଥିତିରେ, ରାଜ୍ୟ ସରକାର କୃଷକ ମାନଙ୍କ ସ୍ଵାର୍ଥକୁ ପ୍ରାଥମିକତା ଦେଇ ତାଙ୍କୁ ସାର ଭଳି ଆବଶ୍ୟକୀୟ ସାମଗ୍ରୀ ସୁବିଧାରେ ଯୋଗାଇ ଦେବାର ଆବଶ୍ୟକତା ରହିଛି। ସାର ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି, ଯାହାକୁ ନେଇ କୃଷକ ମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାର ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ, ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ, ନଚେତ ରାଜ୍ୟବ୍ୟାପୀ କୃଷକ ଆନ୍ଦୋଳନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ଡ.ସାହୁ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking