ଭୁବନେଶ୍ୱର : ଧାନକିଣା ନେଇ ସରକାରଙ୍କୁ ବିଜେଡି ଟାଗଚ୍ଛେଟ କରିଛି । ଏଫଏକ୍ୟୁ ମାନ ଚାଷୀଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି । ଧାନ ନକିଣିବା ପାଇଁ ଏଫଏଏକ୍ୟୁ ମାନକୁ ଆଳ କରାଯାଉଛି । ଏ ଯାଏଁ ସରକାର ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି । ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି ବୋଲି କହିଛି ବିଜେଡି । ଚାଷୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର । ତୁରନ୍ତ ସରକାର ସର୍ୱଦଳୀୟ ବୈଠକ ଡାକନ୍ତୁ । ରାଜ୍ୟରେ ୬ ଲକ୍ଷ ଚାଷୀ ହତାଶ ହୋଇଛନ୍ତି । ଚାଷୀଙ୍କୁ ହତାଶ କରିବା ଅପରାଧ ସହ ଜଡିତ କହିଛି ବିଜେଡି ।