26.9 C
Bhubaneswar
Thursday, April 9, 2026
Homeଦେଶ ବିଦେଶଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ - ରାଷ୍ଟ୍ରପତି

ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ – ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ।  ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଦ୍ରୌପଦୀ  ମୁର୍ମୁ ।  ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । କହିଛନ୍ତି ଦେଶ ବର୍ତ୍ତମାନ  ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ୱାମୀତ୍ୱ କାର୍ଡରେ ସାମିଲ ଅଛନ୍ତି । ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି   କହିଛନ୍ତି ରାଷ୍ଟ୍ରପତି । ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ  ଗତି  ଦେଇଛି । ଗରିବଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି ।  ବନ୍ଦେ ଭାରତ   ଟ୍ରେନ  ଦୌଡୁଛି । ୨୫ କୋଟି ଲୋକଙ୍କୁ   ଗରିବୀ ସୀମାରୁ ଉପରକୁ  ଉଠାଯାଇଛି । ଭାରତ ବିଶ୍ୱର ୩ୟ  ବଡ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ।  ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ । ମଧ୍ୟବିତ୍ତ ଯେତେ ବଡ ସ୍ୱପ୍ନ ଦେଖିବ , ଦେଶ  ସେତେ ଆଗେଇବ । ମହିଳାଙ୍କୁ ସଶକ୍ତ କରିବା ଆମ ସରକାରର   ଲକ୍ଷ୍ୟ କହିଛନ୍ତି  ରାଷ୍ଟ୍ରପତି । ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ ଅଟେ । ଏବେ ୧ କୋଟି ୩୦ ଲକ୍ଷ  ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି ।  ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଡ୍ରୋନ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଇଛି ।  ଏଆଇ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ । କ୍ରୀଡା ପାଇଁ ବିଶ୍ୱସ୍ତରୀୟ ବାତାବରଣ  ସୃଷ୍ଟି କରାଯାଉଛି । ରାଷ୍ଟ୍ରପତି ଆହୁରି କହିଛନ୍ତି ମାତୃଭାଷାକୁ ଗୁରୁତ୍ୱ ଦିଆଯାଉଛି । ୧୩ ଭାଷାରେ ଏବେ ପରୀକ୍ଷା ପରିଚାଳନା ହେଉଛି । ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବେ  ପ୍ରମୁଖ  ଦେବ । ଦେଶରେ ରେକର୍ଡ  ସଂଖ୍ୟାରେ ଡିଜିଟାଲ  ହୋଇଛି ।  ସାଇବର କ୍ରାଇମ ସାମାଜିକ ସୁରକ୍ଷାରେ ବଡ ଚ୍ୟାଲେଞ୍ଜ ହୋଇଛି ।  ଏହାର ମୁକାବିଲା ପାଇଁ  ସରକାର ସବୁ ପଦକ୍ଷେପ  ନେଉଛନ୍ତି । ୧୦  ବର୍ଷ ତଳେ ଭିତ୍ତିଭୁମି ୨ ଲକ୍ଷ ଥିଲା କୋଟି ଥିଲା । ଏବେ  ୧୧ ଲକ୍ଷ କୋଟି ରହିଛି । ସ୍ପେଶ ଡକିଂରେ ଆମକୁ ସଫଳତା ମିଳିଛି ।  ଦେଶରେ  କନେକ୍ଟିଭିଟି ବଢିଛି ।  ପିଏମ ଗତି ଶକ୍ତି ଦ୍ୱାରା ଦେଶରେ କନେକ୍ଟିଭିଟି ବଢିଛି ।  ଦେଶରେ ରେଲୱେ ନେଟୱର୍କ ଓ ବିମାନ ବନ୍ଦର ସଂଖ୍ୟା ବଢିଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ ନିର୍ମାଣ ହୋଇଛି ।  ଦେଶରେ ମେଟ୍ରୋ ନେଟୱର୍କ ୧ ହଜାର କିମିରୁ ଉଦ୍ଧ୍ୱ । ଦିଲ୍ଲୀର ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି ।  ଶିଶୁ ମାତୃ ମୃତ୍ୟୁ  ହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି  ହଟାଯାଇଛି । ୧୪ଟି ରୋପୱେ ପ୍ରଜେକ୍ଟ ଉପରେ କାମ ଚାଲିଛି । ୧୦ ବର୍ଷରେ ଏୟାରପୋର୍ଟ ସଂଖ୍ୟା  ଦୁଇଗୁଣା ଅଛି ।  ମେଡିକାଲ କଲେଜରେ ୭୫ ହଜାର ସିଟ ବୃଦ୍ଧି  କରାଯାଇଛି । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି । ଏକ ଦେଶ , ଏକ ନିର୍ବାଚନ ଉପରେ କାମ ଚାଲିଛି । ଆଦିବାସୀ ଇଲାକାରେ ୩୦ ମେଡିକାଲ କଲେଜ ସ୍ଥାପନ କରାଯିବ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର କାମ କରୁଛନ୍ତି ।  ୧୪୦ କୋଟି ଭାରତୀୟ ସେବା ହିଁ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ଅଟେ । ନର୍ଥଇଷ୍ଟରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି । ନର୍ଥଇଷ୍ଟର ବିକାଶକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ।  ୩୭୦ ଉଚ୍ଛେଦ ପରେ କାଶ୍ମୀରରରେ ବିକାଶର ବାତାବରଣ ହୋଇଛି କହିଛନ୍ତି  ରାଷ୍ଟ୍ରପତି । ଲୋକସଭା ଓ ବିଧାନସଭା ନିର୍ବାଚନ ସେଠାରେ  ଶାନ୍ତିରେ ସରିଛି । ଆଜି ବିଶ୍ୱ ଭାରତର ଯୋଗ ପରମ୍ପରାକୁ ମାନିଛି । ୧୫୦୦ରୁ ଅଧିକ  ଆଇନ ଉଚ୍ଛେଦ କରାଯାଇଛି । ଦଣ୍ଡ ନୁହେଁ ନ୍ୟାୟ ସଂହିତା ଉପରେ ଗୁରୁତ୍ୱ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking