ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ । କହିଛନ୍ତି, ପୂର୍ବ ସରକାର ସମୟରେ ଓଡିଶା ଅଭିଶପ୍ତ ଥିଲା । ଓଡ଼ିଶାରେ ଶାସନର ପରିବର୍ତନ ହୋଇଛି । ପୂର୍ବରୁ ଲୋକେ କହୁଥିଲେ ଓଡିଶା ଅଭିଶପ୍ତ ଥିଲା । ଏଥର ସୁଯୋଗ ମିଳିଛି ଆମେ ସମସ୍ତେ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା । ଲୋକେ ୨୪ ବର୍ଷ ଶାସନକୁ ମୁହଁ ବୁଲେଇଛନ୍ତି । ବିଜେପିକୁ ଦୟିତ୍ଵ ଦେଇଛନ୍ତି । ଓଡିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆରମ୍ଭ ହୋଇଛି । ଚାଷୀଙ୍କୁ ପ୍ରତିଶ୍ରୁତି ମୁତାବକ ସହାୟତା ଦିଆଯାଇଛି । ଅସ୍ମିତା କଥା କହି ଲୋକଙ୍କ ହୃଦୟରେ ଅଛୁ । ଆମେ ବିକଶିତ ଓଡିଶା ଗଢିବା । ୨୪ ବର୍ଷ ଆମ ପାଇଁ ଲମ୍ବା ଅବଧି ନୁହଁ ୫ ବର୍ଷ ଆମ ପାଇଁ ଲମ୍ବା ଅବଧି, ଯୁବକଙ୍କ ଦାୟିତ୍ଵ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ମନମୋହନ । ଶିକ୍ଷା ଓଡ଼ିଶାର ମେରୁଦଣ୍ତ, ଯାହାକୁ ନେଇ ଆମେ ପରିଚିତ । ଆମ ପାଖରେ ଯୋଗ୍ୟ ମାନବ ସମ୍ବଳ, ଖଣିଜ ସମ୍ପଦ, ଚିଲିକା ଓ ପର୍ଯ୍ୟଟନ ଅଛି। କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇ ମନ ମୋହନ କହିଛନ୍ତି ଓଡ଼ିଶାରେ କୋଷ୍ଟାଲ ହାଇୱେ ହୋଇଛି, ବାତ୍ୟା ମୁକାବିଲା ପାଇଁ ଏହା ସହଜ ହେବ। କୃଷି ଭିତିକ ଓଡିଶାକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ର ସରକାର ସୁଯୋଗ ଦେଉଛନ୍ତି ।