18.1 C
Bhubaneswar
Thursday, December 11, 2025
Homeଓଡିଶାଗୋପାଳପୁର ଗଣଦୁଷ୍କର୍ମ: ଜେଲ୍ ଗଲେ ୬ ଅଭିଯୁକ୍ତ

ଗୋପାଳପୁର ଗଣଦୁଷ୍କର୍ମ: ଜେଲ୍ ଗଲେ ୬ ଅଭିଯୁକ୍ତ

ଗଞ୍ଜାମ: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ମାନଙ୍କୁ ମଧ୍ୟ ରାତ୍ରିରେ କୋର୍ଟ ଚାଲାଣ କରାଯାଇଛି । ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବାରୁ ବାଳ ସୁଧାର ଗୃହକୁ ପଠାଯାଇଛି । ଅନ୍ୟ ୬ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା । ଏହାପରେ ଜେଲ୍ ପଠାଇ ଦେଇଛି ବ୍ରହ୍ମପୁର ପୁଲିସ । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଲାଗି ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ଏହି ମାମଲାକୁ ରେଡ୍‌ ଫ୍ଲାଗ୍ ଶ୍ରେଣୀଭୁକ୍ତ କରାଯାଇଛି । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ କରିବ । ଆଇଜି ଏସ୍‌ ସାଇନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking