22.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଜୀବନ ନେଲା ଗୁଗଲ ମ୍ୟାପ୍‌

ଜୀବନ ନେଲା ଗୁଗଲ ମ୍ୟାପ୍‌

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍‌କୁ ବ୍ୟବହାର କରି ପୂର୍ବରୁ ଅନେକ ଲୋକ ବିପଦରେ ପଡ଼ିବା ସହିତ ମୃତ୍ୟୁର ଶିକାର ହୋଇଥିଲା ବେଳେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ଏକ ଦୁର୍ଘଟଣାରେ ଜଣେ ଷ୍ଟେସନ ମାଷ୍ଟରଙ୍କ ଜୀବନ ଯାଇଛି। ମିଳିଥିବା ଖବର ଅନୁସାରେ, ଦିଲ୍ଲୀର ମଣ୍ଡାଭାଲି ଅଞ୍ଚଳରେ ରହୁଥିବା ଏବଂ ମାନେସରରେ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ଭାରତ ଭଟ୍ଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ଉତ୍ସବ ଯେଉଁ ସ୍ଥାନରେ ହେଉଥିଲା ସେ ରାସ୍ତା ଭାରତଙ୍କୁ ଜଣା ନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପକୁ ବ୍ୟବହାର କରି ରାସ୍ତା ନିର୍ଣ୍ଣୟ କରି ଆଗକୁ ବଢିଥିଲେ। ଗୁଗୁଲ ମ୍ୟାପ ଯେଉଁ ଆଡକୁ ନିର୍ଦ୍ଦେଶ କରୁଥିଲା ଭାରତ ସେହି ରାସ୍ତା ଦେଇଈ ଆଗକୁ ମାଡ଼ି ଚାଲିଥିଲେ । କିନ୍ତୁ କିଛି ବାଟ ଯିବା ପରେ ରାସ୍ତା ଶେଷ ହୋଇଯାଇଥିଲା ଏବଂ ସାମ୍ନାରେ ଏକ ଗଭୀର ଡ୍ରେନ ଥିଲା। ଯାହାକୁ ଷ୍ଟେସନ ମାଷ୍ଟର ଜାଣି ପାରି ନ ଥିଲେ। ସେ ଯେମିତି ଆଗକୁ ବଢ଼ିଥିଲେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଷ୍ଟେସନ ଇନଚାର୍ଜ ତାଙ୍କ କନଷ୍ଟେବଳଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ । ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking