21.1 C
Bhubaneswar
Monday, February 2, 2026
Homeଓଡିଶାବାଟବଣା କରୁଛି ଗୁଗୁଲ ମ୍ୟାପ

ବାଟବଣା କରୁଛି ଗୁଗୁଲ ମ୍ୟାପ

କନ୍ଧମାଳ: ଗୁଗୁଲ ମ୍ୟାପ୍ ଭୁଲ ରାସ୍ତା ଦେଖାଇବା ଯୋଗୁ ଛତିଶଗଡ଼ର ରାୟପୁର ଯାଉଥିବା ଚାଉଳ ବୋଝେଇ ଟ୍ରକଟି କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ୩ ଦିନ ହେବ ଫଶି ରହିଛି। ଏକ ଚାଉଳ ବୋଝେଇ ଟ୍ରକ୍ ବିଶାଖାପାଟଣାରୁ ବାହାରି ଛତିଶଗଡ଼ର ରାୟପୁରକୁ ଯାଉଥିଲା। ଟ୍ରକ୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ସର୍ଟକର୍ଟ ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଗୁଗୁଲ ମ୍ୟାପ ଭୁଲ୍‌ ରାସ୍ତା ଦେଖାଇଥିଲା। ଟ୍ରକଟି ରାୟପୁର ଯିବାକୁ ଥିବା ବେଳେ କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ଘାଟିର ଅଣ ଓସାରିଆରେ ପହଞ୍ଚିଯାଇଥିଲା। ସୂଚନା ଅନୁଯାଇ , ଟ୍ରକଟି ୫୯ ନମ୍ୱର ଜାତୀୟ ରାଜପଥ ଦେଇ ରାଏପୁର ଯାଉଥିଲା । ଗୁଗୁଲ ମ୍ୟାପ ଯୋଗୁଁ ଗାଜଲବାଡ଼ି ଘାଟିରେ ଫଶି ରହିଛି । ଘାଟିରେ ରାସ୍ତା କାମ ସମ୍ପ୍ରସାରଣ ହୋଇନଥିବାରୁ ଭାରିଯାନ ଯାତାୟାତ କରି ପାରୁନାହିଁ । ଫଳରେ ଅନେକ ଥର ଉକ୍ତ ରାସ୍ତାର ବୁଲାଣିରେ ଅଟକି ରହୁଛି ଗାଡ଼ି । ଉକ୍ତ ଘାଟି ରାସ୍ତା ଦେଇ ଏକ ୧୬ ଚକିଆ ଟ୍ରକ ଆସୁଥିବା ବେଳେ ବସକୁ ସାଇଡ଼ ଦେବା ସମୟରେ ବୁଲାଣି ରାସ୍ତାର ମଝିରେ ଅଟକି ଯାଇଥିଲା । ଫଳରେ ବିପରିତ ଦିଗରୁ ଆସୁଥିବା ବସଟି ମଧ୍ୟ ଅଟକି ରହିଥିଲା । ରବିବାର ଦିନ ଦାରିଙ୍ଗବାଡିକୁ ବହୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଥିବା ବେଳେ ରାସ୍ତାରେ ଅଟକିରହିଥରୁ ପର୍ଯ୍ୟଟକ ମାନେ ଯାତାୟାତରେ ଅସୁବିଧା ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking