28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶପୁଣି ବାବଟଣା ଗୁଗୁଲ୍ ମ୍ୟାପ୍: ବ୍ରିଜରୁ ତଳକୁ ଖସିଲା କାର

ପୁଣି ବାବଟଣା ଗୁଗୁଲ୍ ମ୍ୟାପ୍: ବ୍ରିଜରୁ ତଳକୁ ଖସିଲା କାର

ମୁମ୍ବାଇ: ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ଗୁଗୁଲ ମ୍ୟାପ୍ ଉପରେ ଭରସା କରି ଯାତ୍ରା ବେଳେବେଳେ କେତେ ବିପଜ୍ଜନକ ସାଜୁଛି, ତାର ପୁଣି ଏକ ଉଦାହରଣ ନଭି ମୁମ୍ବାଇର ବେଲାପୁର ଅଞ୍ଚଳରୁ ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଜଣେ ମହିଳାଙ୍କୁ ନେଇ ଯାଉଥିବା କାର୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ଏହା ଭୁଲ୍ ରାସ୍ତାରେ ଯାଇ ବ୍ରିଜରୁ ତଳକୁ ଖସିଛି, ମହିଳା ଓ କାର ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଘଟଣା ଘଟିଛି ଗତକାଲି ରାତି ଗୋଟାଏ ସମୟରେ।

ମହିଳା ଜଣକ କାରରେ ଗୁଗୁଲ ମ୍ୟାପ୍ ଦେଖି ବେଲାପୁର ବେଳଭୂମି ଉପରେ ଏକ ପୋଲ ଉପରେ ଯାଉଥିବାବେଳେ ହଠାତ୍ ସେଠୁ ଆଉ ରାସ୍ତା ନଥିଲା, ଫଳରେ ଗାଡ଼ିଟି ସିଧା ତଳକୁ ଖସି ପଡ଼ିଥିଲା। ମହିଳା ଜଣଙ୍କୁ ଉଦ୍ଧାର କରାଯିବା ସହ ପରେ ଗାଡ଼ିଟିକୁ ମଧ୍ୟ କ୍ରେନ ଲଗାଇ ଉଠାଯାଇଛି। ପୂର୍ବରୁ ମଧ୍ୟ ଏକାଧିକ ସ୍ଥାନରେ ଗୁଗୁଲ୍ ମ୍ୟାପ୍ ଉପରେ ଭରସା କରି ଯାତ୍ରୀମାନେ ଅସୁବିଧା ଭୋଗିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking