26.8 C
Bhubaneswar
Monday, April 6, 2026
Homeଦେଶ ବିଦେଶକାନ୍ଥରୁ ଲିଭିନି ଶୁଭବିବାହ ଲେଖା, ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ

କାନ୍ଥରୁ ଲିଭିନି ଶୁଭବିବାହ ଲେଖା, ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ

ବାଲେଶ୍ୱର : ଖଇରା ଥାନା ଅଧୀନ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ଆଜି ଲିଭି ଯାଇଛି ।ସାମାନ୍ୟ ଫ୍ରିଜ୍ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ । ଏନେଇ ଲକ୍ଷ୍ମୀର ବାପା ତାର ଶାଶୁ, ସ୍ୱାମୀ ଓ ଦୁଇ ନଣନ୍ଦଙ୍କ ନାମରେ ଯୌତୁକ ଲାଗି ହତ୍ୟା ଅଭିଯୋଗ ଆଣି ଥିବାବେଳେ ଖଇରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୋଗ ମୁତାବକ, ଗତ ଜୁଲାଇ ୧୪ ତାରିଖ ବୈଦିକ ରୀତିନୀତି ଅନୁଯାଇ ଲକ୍ଷ୍ମୀ ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତାଲ ଗଡିଆ ଗ୍ରାମର ନୀଳାମ୍ବର ଦାସଙ୍କ ଏକମାତ୍ର ପୁଅ ଜଗନ୍ନାଥ ଦାସକୁ ବିବାହ କରିଥିଲେ । ବିବାହ ପରେ ଲକ୍ଷ୍ମୀଙ୍କ ଶାଶୁ ଘରେ ୨ ଜଣ ଶାଶୁ ସ୍ୱାମୀ ଓ ବହୁ ସମୟରେ ଦୁଇ ବିବାହିତ ନଣନ୍ଦ ରହୁଥିଲେ ।

ବିଭିନ୍ନ ସମୟରେ ସେମାନେ ଲକ୍ଷ୍ମୀର ବାପ ଘର ଲୋକ ଦେଇଥିବା ଜିନିଷକୁ ପସନ୍ଦ ନକରି ଅଧିକ ମାତ୍ରରେ ଜାନି ଯୌତୁକ ଆଶା କରୁଥିଲେ । ଯାହାକୁ ନେଇ ଲକ୍ଷ୍ମୀ ବାରମ୍ବାର ନିଜ ବାପଙ୍କୁ କହିବା ସହ ଏଥିଲାଗି ସେ ନିର୍ଯାତନା ମଧ୍ୟ ହେଉଥିବାର ଜଣାପଡିଛି । ଆଜି ସକାଳେ ଲକ୍ଷ୍ମୀଙ୍କ ମୃତଦେହ ତାଙ୍କ ବେଡ଼ରୁମ ପଙ୍ଖାରେ ଝୁଲୁଥିବା ନେଇ ଖଇରା ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ଥାନା ଅଧିକାରିଣୀ ମୌସୁମୀ ମହାନ୍ତି ଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଲକ୍ଷ୍ମୀର ଶାଶୁ ଜୟନ୍ତୀ ଦାସ ଓ ତାର ସ୍ୱାମୀକୁ ଶ୍ରୀମତୀ ମହାନ୍ତି ଅଟକ ରଖି ପଚରା ଉଚରା କରୁଥିବାବେଳେ ଅଧିକ ତଥ୍ୟ ଲାଗି ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଥିବା ଜଣା ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking