26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶସମ୍ଭଲ ହିଂସା; ଏସ୍‌ପି ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ ମାମଲା

ସମ୍ଭଲ ହିଂସା; ଏସ୍‌ପି ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ ମାମଲା

ସମ୍ଭଲ: ଉତ୍ତରପ୍ରଦେଶରେ ସମ୍ଭଲ ଅଞ୍ଚଳରେ ଥିବା ମୋଗଲ ସାମ୍ରାଜ୍ୟ ସମୟର ଜାମା ମସଜିଦ୍‌ର ସର୍ଭେ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ସର୍ଭେ ପଦକ୍ଷେପକୁ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଥିଲା। ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପୁଲିସ୍ କର୍ମଚାରୀ ଏବଂ ଅନ୍ୟ ସାଧାରଣ ଲୋକେ ଆହତ ହୋଇଥିଲେ। ତେବେ ମସଜିଦ୍ ସର୍ବେକ୍ଷଣ ସମୟରେ ଘଟିଥିବା ହିଂସା ଘଟଣାରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମନ ଏବଂ ସ୍ଥାନୀୟ ବିଧାୟକ ଇକବାଲ ମହମ୍ମୁଦଙ୍କ ପୁଅ ସୋହେଲ ଇକବାଲ ନାଁରେ ଏତଲା ରୁଜୁ ହୋଇଛି। ଗତ ରବିବାର ସମ୍ଭଲର ମୁଗଲ-ଏରା ମସଜିଦ ଏବଂ ଶାହି ଜାମା ମସଜିଦର ସର୍ଭେ ଚାଲିଥିଲାବେଳେ ଏହି ହିଂସା ଘଟିଥିଲା। ହିଂସାକୁ ଉସୁକାଇବା ଅଭିଯୋଗରେ ସାଂସଦ ଜିଆଉର ଏବଂ ବିଧାୟକ ଇକବାଲଙ୍କ ପୁଅ ସୋହେଲ ନାଁରେ ଏତଲା ରୁଜୁ ହୋଇଛି। ଅନ୍ୟପଟେ ସମ୍ଭଲ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଛି ଜିଲା ପ୍ରଶାସନ। ନଭେମ୍ବର ୩୦ ପର୍ଯ୍ୟନ୍ତ ବାହାର ଲୋକ ଏହି ଅଞ୍ଚଳରେ ପ୍ରବେଶ କରିପାରିବେ ନାହିଁ। ସମ୍ଭଲ ତହସିଲ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ହିଂସାକାଣ୍ଡ କାରଣରୁ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲ୍ ଓ କଲେଜ ଛୁଟି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ସମ୍ଭଲରେ ମସଜିଦ ସର୍ବେକ୍ଷଣ ଚାଲିଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଢେଲା ପଥର ମାଡ଼ କରାଯାଇଥିଲା। ଏହି ସମୟରେ ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।
ପ୍ରକାଶ, ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ ଗତକାଲି ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking