21.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶସୁନା ଚୋରା ଚାଲାଣ : ୭୦ କୋଟି ଟଙ୍କାର ସୁନା ଜବତ

ସୁନା ଚୋରା ଚାଲାଣ : ୭୦ କୋଟି ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ : ଭାରତ- ଚାଇନା ବର୍ଡର ଦେଇ ସୁନା ଚୋରା ଚାଲାଣ ହେଉଥିଲା ବେଳେ ଆଇଟିବିପି ୧୦୮ କେଜି ସୁନା ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତ- ଚାଇନା ବର୍ଡରରୁ ଏତେ ପରିମାଣର ସୁନା ଜବତ ହେବା ପ୍ରଥମ ଘଟଣା। ଏହି ମାମଲାରେ ଆଇଟିବିପି ଦୁଇ ଚାଇନା ନାଗରିକଙ୍କୁ ବାନ୍ଧିଛି ।ଲଦାଖ ରାସ୍ତା ଦେଇ ସୁନା ଚାଲାଣ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ଆଇଟିବିପି । ଏହାପରେ ଆଇଟିବିପି ପକ୍ଷରୁ ୧୮ ହଜାର ଫୁଟ ଉଚ୍ଚ ଲଦାଖରେ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ । ଆଇଟିବିପି ଯବାନମାନେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ବେଳେ ଦୁଇ ଚାଇନା ନାଗରିକ ବର୍ଡର ଅତିକ୍ରମ କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ଉଭୟଙ୍କୁ ଅଟକିବାକୁ କହିଥିଲେ। ଏହାଦେଖି ଉକ୍ତ ଦୁଇ ଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଆଇଟିବିପି ଯବାନ ସେମାନଙ୍କୁ ମାଡ଼ି ବସି ପଚରାଉଚରା ବେଳେ ସେମାନେ ଔଷଧୀୟ ବୃକ୍ଷର ଡିଲର ବୋଲି କହିଥିଲେ। ମାତ୍ର ସେମାନଙ୍କ ବ୍ୟାଗ ଯାଞ୍ଚ କରିବାରୁ ତା’ ଭିତରୁ ପୁଳା ପୁଳା ସୁନା ବିସ୍କୁଟ ବାହାରିଥିଲା। ପ୍ରତି ସୁନା ବିସ୍କୁଟର ଓଜନ ପ୍ରାୟ କେଜିଏ ଲେଖା ଥିବା ବେଳେ ଉଭୟଙ୍କ ବ୍ୟାଗରୁ ୧୦୮ କେଜି ସୁନା ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking