ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଲୋନ ଶାଖାରୁ ଡକାୟତି ଘଟଣାରେ ଧରାପଡିଲେ ଆଉ ଜଣେ ଅଭିଯୁକ୍ତ । ଆରପିଏଫ ପୋଲିସ ତାଙ୍କୁ ଟ୍ରେନରେ କାବୁ କରିଛି । ଅଶୋକକୁ ଗିରଫ ପରେ ସମ୍ବଲପୁର ପୋଲିସକୁ ସୂଚନା ଦେଇଥିଲା ଆରପିଏଫ ସୂଚନା ଅନୁସାରେ ଗତ ୩ ତାରିଖରେ ସମ୍ବଲପୁର ବୁଢାରାଜା ଅଞ୍ଚଳରେ ଥିବା ମଣପୁରମ ଶାଖାରୁ ପ୍ରାୟ ୨୯ କେଜି ସୁନା ଓ ୪ ଲକ୍ଷ ଟଙ୍କା ଶସସ୍ତ୍ର ଡକାୟତି ହୋଇଥିଲା । ବନ୍ଧୁକ ମୁନରେ ଡକାୟତି କରିଥିଲେ ଦୁବୃର୍ତ୍ତ । ସେପଟେ ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କଫୋଟ ଜାରି କରିଛି ସମ୍ବଲପୁର ପୋଲିସ । ଏହାସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ପୂର୍ବରୁ ପୋଲିସ କିଛିଲୋକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ତେବେ ଟ୍ରେନ ଯୋଗେ ଡକାୟତ ଅଶୋକ ପାଶୱାନକୁ ସମ୍ବଲପୁର ଅଣାଯାଉଥିବା ଜଣାପଡିଛି ।