31.7 C
Bhubaneswar
Wednesday, April 8, 2026
Homeଦେଶ ବିଦେଶପୁଣି ବଢିଲା ସୁନା ଦର

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି । ଏହାର ପ୍ରତିଫଳନ ଘରୋଇ ଷ୍ଟକ ବଜାର ଉପରେ ପଡିଛି । ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା । ଯେତେବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୫୦ ସୂଚକାଙ୍କ ୨୪,୦୦୦ ପାଖାପାଖି ପହଞ୍ଚିଥିଲା ସେପଟେ ଇରାନ-ଆମେରିକା ଯୁଦ୍ଧ ବିରତି ପରେ ପୁଣି ବଢ଼ିଛି ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୯୮୦ ଟଙ୍କା ବୃଦ୍ଧି ଘଟି ଦର ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ଦର ୩,୬୫୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୪୧ ହଜାର ଟଙ୍କk ହୋଇଛି। ଯାହା ଗତକାଲି ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking