20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶହ୍ରାସ ପାଉଛି ସୁନା ମୂଲ୍ୟ: ୨୧ ଦିନରେ ୧୦,୭୭୪ ଟଙ୍କା ପର୍ଯ୍ୟନ୍ତ କମିଛି

ହ୍ରାସ ପାଉଛି ସୁନା ମୂଲ୍ୟ: ୨୧ ଦିନରେ ୧୦,୭୭୪ ଟଙ୍କା ପର୍ଯ୍ୟନ୍ତ କମିଛି

ନୂଆଦିଲ୍ଲୀ: ଗତ ୨୧ ଦିନ ମଧ୍ୟରେ ଭାରତରେ ସୁନା ମୂଲ୍ୟ ଅନେକାଂଶରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏହି ସମୟ ସୁଦ୍ଧା ୧୦ ଗ୍ରାମ ସୁନା ମୂଲ୍ୟରେ ପ୍ରାୟ ୧୦,୭୭୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି, ଯାହାଫଳରେ ୧୦ଗ୍ରାମ ସୁନା ମୂଲ୍ୟ ୧.୨୦ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଅନ୍ୟପକ୍ଷେ ରୂପା ମୂଲ୍ୟ ମଧ୍ୟ ୧ କିଗ୍ରା ପ୍ରତି ୨୯,୮୨୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ପାର୍ବଣ ଋତୁ ସମୟରେ ଦେଶରେ ସୁନା ଓ ରୂପା ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଏବେ ଏଥିରେ ହ୍ରାସ ପରିଲକ୍ଷିତ ହେଉଛି। ପାର୍ବଣ ଋତୁ ପରେ ଲୋକଙ୍କ ମଧ୍ୟରେ ଅଳଙ୍କାର ଚାହିଦା ହ୍ରାସ ପାଇବା ଏପ୍ରକାର ମୂଲ୍ୟ ହ୍ରାସର ଅନ୍ୟତମ ତଥା ପ୍ରମୁଖ କାରଣ ବୋଲି କୁହାଯାଉଛି। ପ୍ରକାଶ ୧୭ ଅକ୍ଟୋବରରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ୧,୩୦,୮୭୪ ଟଙ୍କାରେ ପହଞ୍ଚିଥିଲା। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ନଭେମ୍ବର ୭ ତାରିଖରେ ସୁନା ମୂଲ୍ୟ ୫୭୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ, ଗୁରୁବାର ଦିନ ଏହା ପ୍ରତି ୧୦ ଗ୍ରାମ ପାଇଁ ୧,୨୦,୬୭୦ ଥିଲା। ମୋଟାମୋଟି ଚଳିତ ବର୍ଷ ସୁନା ୪୩,୯୩୮ ଏବଂ ରୂପା ୬୨,୨୫୮ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ଏଥିରେ ସାମାନ୍ୟ ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ସୁନା ଏବଂ ରୂପା ମୂଲ୍ୟ ହ୍ରାସର କାରଣ ମଧ୍ୟରେ ପାର୍ବଣ ଋତୁ ଶେଷ ହେବା, ବିଶ୍ୱସ୍ତରରେ ଉତ୍ତେଜନା, ଯୁଦ୍ଧ ପରିସ୍ଥିତି, ଲାଭ-ଗ୍ରହଣ ଏବଂ ଅତ୍ୟଧିକ କିଣା ସଙ୍କେତ ଆଦି ଅନେକ କାରଣ ରହିଥାଇପାରେ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking