17.1 C
Bhubaneswar
Tuesday, February 3, 2026
Homeଅପରାଧ୧୦ଲକ୍ଷରୁ ଊର୍ଦ୍ଧ୍ୱ ସୁନାଗହଣା ଜବତ, ୬ ଗିରଫ

୧୦ଲକ୍ଷରୁ ଊର୍ଦ୍ଧ୍ୱ ସୁନାଗହଣା ଜବତ, ୬ ଗିରଫ

ତାଳଚେର: ତାଳଚେର ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଦୀର୍ଘଦିନ ହେବ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା ଡକାୟତ ଦଳର ଦୁଇଜଣ ସଦସ୍ୟଙ୍କ ସହ ୬ଜଣଙ୍କୁ ଜିଲ୍ଳା ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଠାରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସମେତ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଓ ଦୁଇଟି ବାଇକ୍‌କୁ ଜବତ କରିଛି। ଅଭିଯୁକ୍ତମାନେ ତାଳଚେର ସମେତ ଜିଲ୍ଳାର ବିଭିନ୍ନ ଥାନାରେ ୧୨ରୁ ଉର୍ଦ୍ଧ୍ୱ ମାମଲାରେ ସମ୍ପୃକ୍ତ ଥିବା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ପ୍ରଦାନ କରିଛନ୍ତି। ତାଳଚେର ଉପଖଣ୍ଡ, କୋଲିୟରୀ, ଗୋପାଳପ୍ରସାଦ ଓ ସମଲ ଥାନା ଅଞ୍ଚଳରେ କିଛିଦିନ ମଧ୍ୟରେ ୧୨ରୁ ଊର୍ଦ୍ଧ୍ୱ ସୁନା ଚୋରୀ ହୋଇଥିବା ଘଟଣାର ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତିକରି ଅପରାଧି ଗୋଷ୍ଠୀଙ୍କୁ ଧରିବାକୁ ତାଳଚେର ଏସ୍‌ଡପିଓ ନେତୃତ୍ୱ ସ୍କ୍ୱାର୍ଡ଼ ଗଠନ କରାଯାଇ ଏହି ସ୍କ୍ୱାର୍ଡ଼ ପ୍ରାଥିମକ ପର୍ଯ୍ୟାୟରେ ଗୋଷ୍ଠୀର ଦୁଇଜଣ ସଦସ୍ୟଙ୍କୁ କାବୁ କରିନେଇଥିଲେ। ଏହି ଖବରପାଇ ମୁଖ୍ୟ ଅପରାଧି ଫେରାର୍ ହୋଇଯାଇଥିଲା।

ଗିରଫ ଦୁଇ ଅଭିଯୁକ୍ତ ତାଳଚେର ଥାନା ଅନ୍ତର୍ଗତ ସ୍କଟଲାଣ୍ଡପୁର ଗ୍ରାମର ରାଜେଶ ଓରଫ ସୁଶିଲ ନାଏକ(୨୬) ଓ ବଅଁରପାଳ ଥାନା ଅନ୍ତର୍ଗତ ଖମଣ ଗ୍ରାମର ରୁନୁ ଓରଫ ଅଖିଳ ନାଏକ(୨୫)। ସେମାନଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ହରିନନା ଓରଫ ହରମୋହନ ତ୍ରିପାଠୀ, ବିକ୍ରମପୁର ଥାନା ଅଂଚଳର ଅକ୍ଷୟ ନାଏକ, ଗୋପାପ୍ରସାଦ ଥାନା ଡ଼ଅଁରା ଗ୍ରାମର ବିକାଶ ନାଏକ ଓ ପ୍ରଭାତ ନାଏକଙ୍କ ଠାରୁ ପୁଲିସ୍ ୫ଟି ସୁନାଚେନ ଜବତ କରିଥିଲା। ଜବତ ସୁନାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଦୁଇଟି ବାଇକ, ୪୪ ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ଛୁରୀକୁ ପୁଲିସ୍ ଜବତ କରିଛି। ଦୁଇ ଅଭିଯୁକ୍ତ ଅକ୍ଷିଳ ଓ ରାଜେଶ ନାମରେ ତାଳଚେର ଥାନାରେ ୪ଟି, କୋଲିୟରୀ ଥାନାରେ ୩ଟି, ଗୋପାଳ ପ୍ରସାଦ ଥାନାରେ ୩ଟି ଏବଂ ସମଲ ଥାନାରେ ୨ଟି ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି। ସୁଶିଲ ନାମରେ ୧୨ଟି ଓ ଅଖିଳ ନାମରେ ୧୩ଟି ମାମଲା ରହିଛି। ଏହି ଚୋରିରେ ସମ୍ପୃକ୍ତ ମୁଖିଆ ବିକାଶ ନାଏକ ଫେରାର୍ ରହିଛି। ତା’ ନାମରେ ମଧ୍ୟ ବିଭିନ୍ନ ଥାନାରେ ୩୫ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking