30.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶସୁନା: କାଲି ବଢିଲା, ଆଜି କମିଲା

ସୁନା: କାଲି ବଢିଲା, ଆଜି କମିଲା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢି ଚାଲିଛି ସୁନାଦର । ଗ୍ରାହକଙ୍କ ଉପରେ ସୁନା ଦରକୁ ନେଇ ଚଡକ ପଡିଛି । ସୁନା ଦର ଗତକାଲି ତୁଳନାରେ ଆଜି କମିଲେ ହେଁ ଗ୍ରାହକ ମୁହଁ ଫେରାଇ ଯାଉଛନ୍ତି । ସୁନା କିଣିବାକୁ ଇଚ୍ଛା ଥିଲେ ମଧ୍ୟ ହାତ ଯାଉନି ସୁନା ପାଖକୁ । କହିବାକୁ ଗଲେ, ଗତକାଲି ତୁଳନାରେ ଆଜି କମିଛିି ସୁନା ଦର ।  ୧ ଲକ୍ଷ ଟଙ୍କା ତଳକୁ ଖସିଲା ଦର । ୨୪ କ୍ୟାରେଟ ସୁନା ଦର ୩ ହଜାର ଟଙ୍କା କମିଛି । ସେହିପରି ୨୨ କ୍ୟାରେଟ ସୁନାରେ ୨୭୫୦ ଟଙ୍କା ହ୍ରାସ  ହୋଇଛି । ୨୪ କ୍ୟାରେଟ ସୁନା ଦର ୯୮, ୩୫୦ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ଦାମ ୯୦, ୧୫୦ ଟଙ୍କା ରହିଛି ।  ସୂଚନା ଥାଉ କି ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୧ ହଜାର ୩୫ ଛୁଇଁଥିଲା । ଦିନକରେ ବଢିଲା ୩ ହଜାର ଟଙ୍କା । ୨୨ କ୍ୟାରେଟ ମୂଲ୍ୟ ୯୨ ହଜାର ୯୦୦ ଟଙ୍କା ଥିଲା । ହେଲେ ସୁନାରେ ୩ ପ୍ରତିଶତ ଜିଏସିଟି ଲାଗିବା ପରେ ଏହା ଦର ୧ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଚଳିତ ବର୍ଷରେ ସୁନା ଦର ୧୦ ଗ୍ରାମ ପିଛା ୨୦ ହଜାର ୮୫୦ ଟଙ୍କା ଆର୍ଥାତ୍ ୨୬ ଦଶମିକ ୪ ପ୍ରତିଶତ ମହଙ୍ଗା ହୋଇଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା । ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking